• Tuesday, July 15, 2025

ପ୍ରେରଣା ପାଲଟିଛନ୍ତି ୬୫ ବର୍ଷର ଦାଦିମା

Subhadra Live:65-Year-Old-Mangala-Awale-Breaks-Stereotypes--Drives-Auto-to-Be-Financially-Independent

 ବୟସ ହୋଇଗଲେ ସୀମିତ ହୋଇଯାଏ ପୃଥିବୀ । ଶରୀର ଠିକ ଥିଲେ ବି ସବୁଠି ମିଳେନି କାମ  । ଏଭଳି ସ୍ଥିତିରେ ଅନେକ ଲୋଡିଥାନ୍ତି ବିଶ୍ରାମ  । କିନ୍ତୁ ମହାରଷ୍ଟ୍ରର ସତାରା ଜିଲ୍ଲାରେ ଜଣେ ୬୫ ବର୍ଷର ମହିଳା ଅଟୋ ଚାଳକ ବୃତ୍ତିରେ ନିଜକୁ ନିୟୋଜିତ କରି କରୁଛନ୍ତି ଦୈନିକ ୫୦୦ ରୁ ୭୦୦ ଟଙ୍କାର ଆୟ  । ଏହି ବୟସ୍କା ମହିଳା ଜଣଙ୍କ ହେଉଛନ୍ତି ମଙ୍ଗଳା ଆୱାଲେ  । ମଙ୍ଗଳା ବୟସକୁ କେବଳ ଏକ ସଂଖ୍ୟା ଭାବେ ପ୍ରମାଣିତ କରିଛନ୍ତି  । ମଙ୍ଗଳାଙ୍କ ସ୍ୱାମୀ ଅନେକ ବର୍ଷ ପୂର୍ବରୁ ଆଖି ବୁଝିଛନ୍ତି  । କୁଲି ମଜୁରୀ କରି ସେ ନିଜର ତିନିଝିଅ ଓ ପୁଅକୁ ବଡ଼ କରିଛନ୍ତି  । ମଙ୍ଗଳାଙ୍କ ତିନି ଝିଅ ବାହା ହୋଇ ଶାଶୁ ଘରକୁ ଚାଲିଗଲେଣି  । ଏକମାତ୍ର ପୁଅ ମହାରଷ୍ଟ୍ର ରାଜ୍ୟ ସରକାରଙ୍କ ପରିବହନ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି  । ବର୍ଷ ପରେ ବର୍ଷ ଧରି ପରିବାର ପାଇଁ କଠିନ ସଂଘର୍ଷ କରି ଆସିଥିବା ମଙ୍ଗଳା ପରିଣତ ବୟସରେ ମଧ୍ୟ ବିଶ୍ରାମ ନନେଇ ଜାରି ରଖିଛନ୍ତି ସଂଘର୍ଷ  । ସକାଳ ୯ରୁ ସେ ନିଜ ଅଟୋ ସହିତ ସଡକ ଉପରକୁ ଆସନ୍ତି  । ନୂଆ ନୂଆ ସହରର ମଦୁଆ ,ନିଶାଖୋର ଓ ଅସାମାଜିକ ଲୋକଙ୍କୁ ଡର ଲାଗୁଥିଲା ଏବେ ଆଉ ଡର ନାହିଁ  । ଦାଦି ମା ଡ୍ରାଇଭର ନାଁରେ ଛୋଟ ଏହି ସହରରେ ତାଙ୍କର ଏକ ନୂଆ ପରିଚୟ ହୋଇଛି ବୋଲି କହନ୍ତି ମଙ୍ଗଳା  । ଦିନକୁ ୫୦୦ ରୁ ୭୦୦ ଟଙ୍କାର ରୋଜଗାର ହେଉଥିବାରୁ ନିଜ ଖର୍ଚ୍ଚ ଉଠିଯାଉଛି  । କାହା ଉପରେ ବୋଝ ହେଉନି ବୋଲି ନିଜର ଆତ୍ମବିଶ୍ୱାସ ବଢିଛି  । ଅଟୋରେ ସବାର ହୋଇଥିବା ଜଣେ ମହିଳା ଯାତ୍ରୀ କହନ୍ତି ଏକାକୀ ଅଟୋରେ ଯିବା ବେଳେ ଯେଉଁ ଦର ମନରେ ରହୁଥିଲା ଦାଦି ମା ଅଟୋରେ ବସିଲେ ସେ ଡର ଆଉ ରହେନି  । ମହିଳା ଯାତ୍ରୀଙ୍କ ପସନ୍ଦର ଅଟୋ ପାଲଟିଛି ମଙ୍ଗଳା ଦାଦିଙ୍କ ଅଟୋ  । ମଙ୍ଗଳା କେବଳ ବୟସ୍କ ଲୋକଙ୍କ ପାଇଁ ପ୍ରେରଣା ନୁହଁ ବରଂ କାମ ପ୍ରତି ବିମୁଖ ଯୁବ ବର୍ଗଙ୍କ ପାଇଁ ଅନନ୍ୟ ଉଦାହରଣ ମଧ୍ୟ  ।

ଭାଗ୍ୟ ଉପରେ ବିଜୟ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.