• Tuesday, July 15, 2025

ନିଶା ନିବାରଣ କେନ୍ଦ୍ରକୁ ମନିଅର୍ଡର ପଠାଇଲେ ସ୍କୁଲ ଛାତ୍ରୀ

Subhadra Live:School-student-sends-money-order-to-drug-de-addiction-center
ଖବର ଓଡିଶା: 03/07/2025

କେରଳ: ରାଜ୍ୟ ବ୍ୟାପି ନିଶାମୁକ୍ତି ସଚେତନତା ସପ୍ତାହ ଅବସରରେ ଏକ ସୁଖଦ ଏବଂ ପ୍ରତୀକାତ୍ମକ ପ୍ରୟାସ ଦେଖିବାକୁ ମିଳିଛି । କେରଳର ମନା ପରାଇ ସମୁଥୀପୁରମ ସରକାରୀ ହାଇସ୍କୁଲର ୨୩୭ ଛାତ୍ରୀ ନିଜ ନିଜ ପରିବାର ଠାରୁ ମାଗି ଆଣିଥିବା ଅଢେଇ ହଜାର ଟଙ୍କା ମନିଅର୍ଡର କରି ପୀରତିପୁର ଠାରେ ପରିଚାଳିତ ଏକ ନିଶା ନିବାରଣ କେନ୍ଦ୍ରକୁ ପ୍ରେରଣକରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଭାଷଣ ,ସଭା ,ଶୋଭାଯାତ୍ରା ଓ ପୋଷ୍ଟର ପ୍ରଦର୍ଶନ ଠାରୁ ଟିକେ ଭିନ୍ନ କରିବା ପାଇଁ ସ୍କୁଲରୁ ମନି ଅର୍ଡର ପ୍ରେରଣର ନିଆରା ପରମ୍ପରାକୁ ପୁନଃଜୀବିତ କରାଯାଇଛି ।

ଏହି ସରକାରୀ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ନିଜର ସାମାଜିକ ଉତ୍ତରଦାୟିତ୍ୱ ଓ ଅନ୍ୟ ପାଇଁ ସହାନୁଭୂତିର ନିଦର୍ଶନ ପ୍ରଦର୍ଶିତ କରି ଆସିଛନ୍ତି । ଏହି ବିଦ୍ୟାଳୟର ଛାତ୍ରୀ ମାନେ ନିଶାରୁ ମୁକ୍ତ ହେବାକୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ସ୍ଥାନୀୟ ଅଂଚଳରେ ଗଢ଼ିଉଠିଥିବା ନିଶା ନିବାରଣ କେନ୍ଦ୍ର ପାଇଁ ନିଜ ସକ୍ଷମ ଅନୁସାରେ ଦେଇଛନ୍ତି ସହଯୋଗ । କେନ୍ଦ୍ରରେ  ଭର୍ତ୍ତି ହୋଇଥିବା ନିଶାଖୋରଙ୍କ ଜୀବନ ଓ ପରିବାରକୁ ସଜାଡ଼ିବା ପାଇଁ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ବିଗତ ଦୁଇବର୍ଷ ହେଲା ନିଜ ଜଳଖିଆ ଖର୍ଚ୍ଚ ଓ ପିତାମାତାଙ୍କ ଠାରୁ ମାଗି ଆଣି ସେହି ଟଙ୍କାକୁ ଏଭଳି କାମରେ ଲଗାଉଛନ୍ତି । ଜଣେ ଅଭିଭାବକ କହିଛନ୍ତି ଯେ ମୋ ଝିଅ ଘରେ ମୋତେ କିଛି ଟଙ୍କା ଦେବାକୁ କହିଲା । ଟଙ୍କା ମାଗୁଥିବାର କାରଣ ଜାଣିବା ପରେ ମୋ ଆଖି ଓଦା ହୋଇଗଲା । ମଣିଷ ଜଣେ ସାମାଜିକ ପ୍ରାଣୀ । ଅନ୍ୟକୁ ସହଯୋଗ କରିବା ପାଇଁ ପିଲାଟି ଦିନରୁ ଏଭଳି ପ୍ରୟାସ ନିଶ୍ଚିତ ସ୍ୱାଗତଯୋଗ୍ୟ । ପିଲାଙ୍କ ଅନୁଦାନରେ ନିଶା ଛାଡୁଥିବା ଯୁବକ ମାନେ ପରବର୍ତ୍ତୀ ସମୟରେ ଆଉ ନିଶା ଆଡକୁ ଆକର୍ଷିତ ହେଉନଥିବା କହିଛନ୍ତି ଏହି କେନ୍ଦ୍ରର ପରିଚାଳକ ।

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.