• Tuesday, July 15, 2025

ଅନିଙ୍କ ସଂଘର୍ଷର କାହାଣୀ

Subhadra Live:Anis-story-of-struggle
ଖବର ଓଡିଶା: 03/07/2025

କର୍ଣ୍ଣାଟକ: କର୍ଣ୍ଣାଟକ ମାଂଗାଲୋରର ଛୋଟ ଏକ ସହର । ଖରା ଛାଇର ଖେଳ ଭିତରେ ବସଷ୍ଟପ ନିକଟରେ ଖଚାଖଚ ଭିଡ଼ । କାଳେ ମେଘ ପବନ ଆସିବ ସେଥିପାଇଁ ଗନ୍ତବ୍ୟ ଅଭିମୁଖେ ଯିବା ପାଇଁ ଯିଏ ଯେଉଁଥିରେ ପାରିଲା ଚାଲିଯାଉଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଜଣେ ବୟସ୍କ କିନ୍ନର ଅଟୋ ଟିଏ ଆସିଲା ମାତ୍ରେ ବସିବା ଜାଗାରୁ ଉଠୁଥିଲେ ,ପାଖକୁ ଯାଇ କିନ୍ତୁ ପୁଣି ଫେରି ଆସୁଥିଲେ  । ଏଭଳି ସମୟରେ ଏକ ଅଟୋ ଆସି ବସ ରହଣି ନିକଟରେ ଅଟକିଲା । ବୃଦ୍ଧା କିନ୍ନର ଜଣଙ୍କ ଅଟୋ ପଛକୁ ଯାଇ ବୋର୍ଡ ଟିଏ ଲାଗିଥିବାର ଦେଖିଲେ ଓ ପ୍ରସନ୍ନତାର ସହିତ ଆସି ଅଟୋରେ ବସିଲେ । ବୋର୍ଡ଼ ରେ ଲେଖାଥିଲା ଗର୍ଭବତୀ ମହିଳା ଓ ବୟସ୍କା କିନ୍ନର ମାନଙ୍କ ପାଇଁ ଯାତ୍ରୀଭଡ଼ା ମାଗଣା । କେବଳ ଏହି ଗୋଟିଏ ଅଟୋ ନୁହଁ ମାଂଗାଲୋର ଦେଲାଲା କାଟେର ଗଳିକନ୍ଦିରେ ୧୦ରୁ ଅଧିକ ଅଟୋରେ ଏଭଳି ସୂଚନା ଫଳକ ଦେଖିବାକୁ ମିଳିଥାଏ । ଏସବୁ ଅଟୋ ଗୁଡିକ ପରିବହନର କେବଳ ଏକ ସାଧନ ନୁହଁ ବରଂ ଏହା ଶାନ୍ତ ,ଦୟା ,କରୁଣା ଓ ସମ୍ମାନର ନିରନ୍ତର ଅନ୍ଵେଷଣର ଏକ ପ୍ରତୀକ । ଏସବୁ ଅଟୋର ମାଲିକ ହେଉଛନ୍ତି ଜଣେ କିନ୍ନର ଯାହାଙ୍କ ନାଁ ଅନି ।

ରାୟଚୁର ଜିଲ୍ଲାର ମାତ୍ସକି ବ୍ଲକ ଅନ୍ତର୍ଗତ ହିରୋଜିନୀ କ୍ୟାମ୍ପରେ ଜନ୍ମିତ ଅନିଙ୍କ କାହାଣୀ ସିଧା ନୁହଁ କି ସରଳ ନୁହଁ । ଅନେକଙ୍କ ପରି ତାଙ୍କ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ । ପ୍ରତିକୂଳ ସ୍ରୋତ ସହିତ ସେ ପିଲାଟି ଦିନରୁ ସଂଘର୍ଷ କରିଆସିଛନ୍ତି । ଜନ୍ମରୁ ସେ ପୁରୁଷ ଥିଲେ । କିଶୋର ବୟସରେ ସେ ଝିଅ ମାନଙ୍କ ପୋଷାକ ପିନ୍ଧି ପରିବାର ସମାଜ ଓ ସମ୍ପର୍କୀୟଙ୍କ ଚକ୍ଷୁଶୀଳ ହେଲେ । ପଢ଼ୁଥିବା ବେଳେ ସହପାଠୀ ମାନଙ୍କ ଟାହିଟାପରାର ସମ୍ମୁଖୀନ ହେଲେ । ଯୌବନରେ ନା ତାଙ୍କୁ କିଏ ବାହା ହେବାକୁ ଆସିଲେ ନା ତାଙ୍କୁ ମିଳିଲା ସରକାରୀ ଚାକିରୀ । ବ୍ୟବସାୟ ପାଇଁ ମଧ୍ୟ ବ୍ୟାଙ୍କ ଋଣ ମିଳିନଥିଲା । ଶେଷରେ ସେ ନିଜର ସଂଚୟରୁ ଗୋଟିଏ ପୁରୁଣା ଅଟୋ କିଣିଲେ । କଠିନ ପରିଶ୍ରମ ,ଗ୍ରାହକଙ୍କ ସହିତ ଭଲ ସମ୍ପର୍କ ଓ ସାମାଜିକ କାମରେ ଆଗ୍ରହ କାରଣରୁ ତାଙ୍କର ବ୍ୟବସାୟ ବଢ଼ିଲା । ପୁରୁଣା ରିକ୍ସା ଶସ୍ତାରେ କିଣି ସେ କିନ୍ନର ମାନଙ୍କୁ ଚଳାଇବାକୁ ଦେଲେ । ଆଜି ତାଙ୍କ ନିକଟରେ ୧୦ରୁ ଅଧିକ ଗାଡି । ଏହାକୁ ସେ ରୋଜଗାର ଓ ସମାଜସେବା ପାଇଁ ବିନିଯୋଗ କରିଛନ୍ତି । ଅନିଙ୍କ ଅଟୋ ବିପ୍ଳବ ସହରରେ ନୂଆ ଉଦାହରଣ ସୃଷ୍ଟି କରିଛି ।

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.