• Tuesday, July 15, 2025

ଭାଗ୍ୟ ଉପରେ ବିଜୟ

Subhadra Live:A-quiet-triumph-over-destiny

 ମମତାବେନଙ୍କ ବେକରେ କେବେ କୌଣସି ପଦକ ପଡିନି । କୌଣସି ସଭା ସମିତିରେ ତାଙ୍କୁ ଉତ୍ତରୀୟ ପ୍ରଶସ୍ତିପତ୍ର କିମ୍ବା ପଦକ ଦିଆଯାଇନାହିଁ । କିନ୍ତୁ ସେ ବିଜୟିନୀ । ପିଲାଦିନରୁ ପୋଲିଓ  ତାଙ୍କ ଜୀବନକୁ ନିର୍ଘାତ ପ୍ରହାର କରିଛି । ସମ୍ପୂର୍ଣ୍ଣ ବିଧ୍ୱସ୍ତ ହେବା ପୂର୍ବରୁ ସେ ଦୃଢ ସଂକଳ୍ପକୁ ବାଛିଲେ । ଗରିମାପୂର୍ଣ୍ଣ ଜୀବନ ଜିଇଁବାର ପ୍ରୟାସ କଲେ ।

ଉପକୂଳ ଗୁଜୁରାଟ ଗିର ସୋମନାଥ ଜିଲ୍ଲାର ମୋନପାର ଗାଁର ମମତାବେନଙ୍କୁ ବିଧାତା ଦେଇନି ସ୍ୱାଭାବିକ ସାଧାରଣ ଜୀବନ । ଦୁନିଆ ତାଙ୍କ ପାଇଁ ଦ୍ୱାର ବନ୍ଦ କରିଦେଇଛି । ଚାରିଆଡୁ ହତାଶମୟ ପରିବେଶ ଦେଖି ସୁଦ୍ଧା ସେ ସ୍ଥିର ଓ ଅବିଚଳିତ ଭାବେ ନିଜ ପାଇଁ ରାସ୍ତା ତିଆରି କରିବାର କୌଶଳ ଆପଣାଇଛନ୍ତି ।

୧୯୭୯ରେ ଗୁଜୁରାଟର ଭବନଗରରେ ଜନ୍ମିତ ମମତାବେନଙ୍କ ଜୀବନରେ ଦୁଖଦଃ ମୋଡ଼ ସେତେବେଳେ ଆସିଥିଲା ,ଯେତେବେଳେ ସେ କଥା କହିବା ଶିଖି ନ ଥିଲେ । ତାଙ୍କୁ ୧୦ ମାସ ହୋଇଥିବା ବେଳେ ଅଚାନକ ଆସିଲା ଭୀଷଣ ଜ୍ୱର । ଗୋଟିଏ ଇଞ୍ଜେକ୍ସନ ଦେବା ପରେ ଅଚଳ ହୋଇଗଲା ଗୋଡ଼ । ଡାକ୍ତର କହିଲେ ଇୟେ ହେଉଛି ପୋଲିଓ । ସାରା ଜୀବନ ଝିଅକୁ ଦିବ୍ୟାଙ୍ଗ ହୋଇ ରହିବାକୁ ହେବ । ଦାରିଦ୍ର ସହିତ ଲଢେଇ କରୁଥିବା ପରିବାର ଝିଅର ଚିକିତ୍ସା ଓ ରୋଜଗାର ଆଶାରେ ଗାଁରୁ ସୁରଟ ଆସିଲେ । ସୁରଟରେ ଦୁଇବର୍ଷ ରହିବା ଭିତରେ ନା ଝିଅର ଦେହ ଭଲ ହେଲା ନା ମିଳିଲା ରୋଜଗାର । ମମତାବେନଙ୍କ ପରିବାର ପୁଣି ଗାଁକୁ ଫେରିଲେ । ଭବନଗର ସରଦାର ପଟେଲ ଛାତ୍ରାବାସରେ ରହି ମମତା କଲେଜ ଶିକ୍ଷା ସମାପ୍ତ କଲେ । ଶାଢ଼ୀ ଉପରେ ମିରର କାମରେ ଦକ୍ଷତା ଅର୍ଜନ କଲେ । କିନ୍ତୁ କାମ ପାଇଲେନି । ୨୦୧୦ ମସିହାରେ ମମତାବେନ ଅହମ୍ମଦାବାଦର ଦିବ୍ୟାଙ୍ଗ ଅରବିନ୍ଦଙ୍କ ହାତ ଧରିଲେ । ଦୁହେଁ ଦୁହିଁଙ୍କ ପାଇଁ ପାଲଟିଲେ ଶକ୍ତି । ଘରେ ଶାଢୀରେ ମିରର କାମ କରି ମମତା ମାସିକ ୮ହଜାର ଯାଏଁ ଏବେ କରୁଛନ୍ତି ରୋଜଗାର । ନିଜ ରୋଜଗାରରେ ସେ ନିୟମିତ ସଂଚୟ ସହିତ ସ୍ୱାମୀଙ୍କ ସଂସାରକୁ କରୁଛନ୍ତି ସହଯୋଗ ।

ମହିଳାଙ୍କ ନିୟନ୍ତ୍ରଣରେ ସବୁଜ ଶକ୍ତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.