• Tuesday, July 15, 2025

ପୁରୁଣା କୋଠା ନୂଆ ପରିବର୍ତ୍ତନ

Subhadra Live:aditi-goenka-and-ravina-deshmukh-of-mumbai-are-renovating-the-old-houses-to-climate-friendly-houses

 ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ଆମ ଦେଶରେ ଖରାଦିନ ଲମ୍ବା ହେବାରେ ଲାଗିଛି । ୨୦୨୪ ବର୍ଷରେ ଭାରତରେ ୪୮ ହଜାର ଅଂଶୁଘାତ ଜନିତ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୧୫୯ ଜଣଙ୍କର ମୃତ୍ୟୁ  ଅଂଶୁଘାତରେ ହିଁ ଘଟିଛି । ଏଥିରୁ ଭାରତରେ ଗରମ ଦିନ କିଭଳି ଅସହ୍ୟ ତାର ଏକ ସୂଚକ ମିଳୁଛି । ବଢୁଥିବା ଉତ୍ତାପ ଜୀବନ ଓ ଜୀବିକା ଉପରେ ପ୍ରଭାବ ବିସ୍ତାର କରିଚାଲିଛି । ଅନେକ ରାଜ୍ୟରେ  ଶ୍ରମ ବିଭାଗ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାଦାନ ଓ କାମର ସମୟରେ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ଘରେ ଜଣେ ମହିଳା ରୋଷେଇ ଘରେ ଅଧିକ ତାପମାତ୍ରାରେ ରୋଷେଇ କରିବାକୁ ବାଧ୍ୟ । ଆଜବେଷ୍ଟସ ଓ ବିଜୁଳି ସୁବିଧା ନ ଥିବା ଘର ମାନଙ୍କରେ ଉତ୍ତାପ କମ କରିବା ପାଇଁ ବିଭିନ୍ନ ଆର୍କିଟେକଚର ଅନୁଷ୍ଠାନ ନୂଆ ଉଦ୍ଭାବନ ଆରମ୍ଭ କରିଥିବା ବେଳେ ନିକଟରେ ଦୁଇଜଣ ଯୁବତୀ ଘର ଭିତରର ଉତ୍ତାପ ହ୍ରାସ ପାଇଁ ପୁରୁଣା ଘରେ ନୂଆ ଉଦ୍ଭାବନ ପ୍ରୟୋଗ କରି ଶୀତଳତାର ସ୍ପର୍ଶ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି ।

ଏହି ଦୁଇ ମହିଳା ହେଉଛନ୍ତି ମୁମ୍ବାଇର ଅଦିତି ଗୋଏଙ୍କା ଓ ରବିନା ଦେଶମୁଖ । ୨୫ ବର୍ଷୀୟା ଅଦିତି ଓ ୨୭ ବର୍ଷୀୟା ରବିନା ସୌରଶକ୍ତି ଦ୍ୱାରା ପରିଚାଳିତ ପୋର୍ଟବଲ ୱାଟର ଏସି ଉଦ୍ଭାବନ କରିଛନ୍ତି । ଏବଂ ଏହାକୁ କମ ଖର୍ଚ୍ଚରେ ବଜାର ପାଇଁ ପ୍ରସ୍ତୁତ କରୁଛନ୍ତି । ବିନା ବିଜୁଳି ବିନା ବିଲରେ ସେମାନେ ଏହା ଜରିଆରେ ଘର ଭିତରର ତାପମାତ୍ରାକୁ କମ କରିବାରେ ସକ୍ଷମ ହୋଇଛନ୍ତି । ଇଣ୍ଡିୟାନ ଏଜୁକେସନ ସୋସାଇଟି ମୁମ୍ବାଇ ଏହି ଯନ୍ତ୍ରକୁ ବିକଶିତ କରିବାରେ ସହଯୋଗ କରୁଛନ୍ତି । କେବଳ ସେତିକି ନୁହଁ ଅଦିତି ଓ ରବୀନା ଚିନିବସ୍ତା ,ମାଟି ,କାଗଜ ମଣ୍ଡ ,ଲେମନଗ୍ରାସ ଓ ମୁଲତାନି ମାଟି ଆଦି ଜୈବିକ ବିଘଟିତ ସାଧନକୁ ଏକାଠି କରି ଏକ ପରଦା ତିଆରି କରୁଛନ୍ତି ଏହା ଆଜବେଷ୍ଟସ ଉପରେ ଆଚ୍ଛାଦିତ କରାଗଲେ ଘରର ତାପମାତ୍ରାରେ ୪/୫ ଡିଗ୍ରୀ କମ କରାଯାଇପାରୁଛି । ଏଥିରେ ଖର୍ଚ୍ଚ କମ । ଭେଙ୍କେତେଶ୍ୱର କଲେଜ ଅଫ ଆର୍କିଟେକଚର ହାଇଦ୍ରାବାଦ ପକ୍ଷରୁ ଏହି ପ୍ରକାର ପରଦା ବା ସିଟକୁ ବିକଶିତ କରାଯାଉଛି । ୭୧ ପ୍ରତିଶତ ଭାରତୀୟ ଖରା ଦିନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ଏଭଳି ଉଦ୍ଭାବନ ନୂଆ ଆଶା ଦେଖାଇଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.