କମ୍ ଚାହିଦା ଯୋଗୁଁ ନୂଆପଡା ଜିଲା ମହାରାଜୋର ଗ୍ରାମବାସୀମାନଙ୍କୁ ସେମାନଙ୍କର ମାଟି କାରିଗରୀ ଛାଡ଼ି କାମ ପାଇଁ ବାହାରକୁ ଯିବାକୁ ପଡିଥିଲା । ଆଜି, କିନ୍ତୁ, ସେମାନେ ହସ୍ତଶିଳ୍ପ ବିଭାଗ ସହାୟତାରେ ସମସାମୟିକ ଟେରାକୋଟା ଡିଜାଇନରୁ ନୂତନ ଜୀବନ ଦେଇଛନ୍ତି ।
ଦୁଇ ଦଶନ୍ଧି ପୂର୍ବରୁ, ନୂଆପଡା ମାନଚିତ୍ରରେ ମହାରାଜୋରର ପରିଚୟ ଏକ ଏପରି ଗାଁର ଥିଲା ଯେଉଁଠାରେ ରୋଜଗାର ପାଇଁ ପ୍ରବାସକୁ ଯିବା ଏକ ସାଧାରଣ କଥା ଥିଲା । ଆଜି, ଗାଁ ଲୋକେ ସେମାନଙ୍କର ପାରମ୍ପରିକ ହସ୍ତଶିଳ୍ପ ମାଟିପାତ୍ରରୁ ଜୀବିକା ଅର୍ଜନ କରିବା ପାଇଁ ପ୍ରବାସକୁ ଯିବା ଛାଡି ଦେଉଛନ୍ତି । ମାଟିକୁ ଟେରାକୋଟାର ରୂପ ଦେବା ସହ ସୁନ୍ଦର ଭାବେ ନୂଆ ନୂଆ ଉତ୍ପାଦ ତିଆରି କରି ହଜିବାକୁ ବସିଥିବା ହସ୍ତକଳାକୁ ଜୀବିକାର ଅଂଶ କରିଛନ୍ତି ।
ଏହି ଗାଁରେ ୮୫ ପରିବାର ବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଏହାକୁ ଟେରାକୋଟା କାରିଗରୀର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ ଉତ୍ସର୍ଗୀକୃତ ।
ଭୋଡେନ ବ୍ଲକରେ ଅବସ୍ଥିତ ଏହି ମହାରାଜୋର ଗାଁରେ ବାସ କରନ୍ତି ସଂଖ୍ୟାଧିକ କୁମ୍ଭାର ସମ୍ପ୍ରଦାୟରର ବାସିନ୍ଦା । ପିଢ଼ି ପରେ ପିଢ଼ି ଧରି ଏହି କୁମ୍ଭାର ପରିବାର ଗୁଡିକ ମାଟିରେ ହାଣ୍ଡି ,ମାଟିଆ ,ସରା ,ଘଡି ,କୁମ୍ଭ ଆଦି ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ କ୍ରମଶଃ ପାରମ୍ପରିକ ମାଟିସାମଗ୍ରୀର ଚାହିଦା ହ୍ରାସ ପାଇବାରୁ, ଅନେକ ଏହି ବୃତ୍ତି ଛାଡି ଦେଇଥିଲେ । ଜୀବିକା ପାଇଁ ପ୍ରବାସକୁ ଯିବା ଏକ ଆବଶ୍ୟକତା ହୋଇଗଲା । କେବଳ କୋଭିଡ-19 ମହାମାରୀ ସମୟରେ ଏହି ପରିବାରଗୁଡ଼ିକ ମଧ୍ୟରୁ ଅନେକ ଗାଁକୁ ଫେରିଥିଲେ । ବିରତି ସହିତ ଏକ ନୂତନ ସୁଯୋଗ ଆସିଲା । ନିଜସ୍ୱ ହସ୍ତଶିଳ୍ପକୁ ପୁନର୍ଜୀବିତ କରିବା ପାଇଁ ସେମାନେ ପ୍ରୟାସ କଲେ । ଏହି ସମୟରେ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଗାଁରେ ମହିଳା କାରିଗର ମାନଙ୍କୁ ସ୍ୱତନ୍ତ୍ର ତାଲିମ ଓ ଆବଶ୍ୟକୀୟ ଆର୍ଥିକ ସହାୟତା ଦେଇ ଟେରାକୋଟା ଶିଳ୍ପ ପାଇଁ ପ୍ରବର୍ତ୍ତନା ଦେଲା । ଜୀବିକାକୁ ନେଇ ସଂଘର୍ଷ କରୁଥିବା ମହିଳା ମାନେ ଏହାକୁ ସ୍ୱାଗତ କଲେ । ଏବେ ଏହି ଗାଁରେ ଘୁରୁଛି ବୈଦ୍ୟୁତିକ କୁମ୍ଭାର ଚକ । ବଜାର ଚାହିଦାକୁ ଦେଖି ତିଆରି ହେଉଛି ନାନା ପ୍ରକାର ସାମଗ୍ରୀ । ମହିଳା କାରିଗର ମାନେ ବିଭିନ୍ନ ମେଳାକୁ ନେଇ ବିକ୍ରି ବଟା କରି ପାଇଛନ୍ତି ଜୀବିକା ।