• Saturday, September 21, 2024

ସାଧାରଣ ସାମ୍ବାଦିକରୁ ବଡ଼ ଉଦ୍ୟୋଗୀ

Subhadra Live:From-a-journalist-to-an-entrepreneur

 ନାଁ ତାଙ୍କର ଶ୍ରଦ୍ଧାଶର୍ମା । ସାମ୍ବାଦିକତା ଜଗତରେ ଏକ ଜଣାଶୁଣା ନାଁ । ବିହାରରେ ଜନ୍ମିତ ଶ୍ରଦ୍ଧା ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ଇତିହାସରେ ସ୍ନାତକ କରିବା ସହିତ ଅହମ୍ମଦାବାଦସ୍ଥିତ ମୁଦ୍ରା ଇନଷ୍ଟିଟ୍ୟୁଟ ଅଫ କମ୍ୟୁନିକେସନରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ନୂଆଦିଲ୍ଲୀ ଠାରେ ଥିବା ଟାଇମ୍ସ ଅଫ ଇଣ୍ଡିଆରୁ କ୍ୟାରିୟର ଆରମ୍ଭ କରିଥିଲେ ଶ୍ରଦ୍ଧା । ବ୍ରାଣ୍ଡ ଆଡଭାଇଜର ଭାବେ ଟାଇମ୍ସ ଅଫ ଇଣ୍ଡିଆରେ ୩ ବର୍ଷ କାମ କରିବା ଭିତରେ ସେ ଅନେକ ଅଭିଜ୍ଞତା ହାସଲ କରିବା ସହିତ ପରବର୍ତ୍ତୀ ସମୟରେ ଟିଭି ୧୮ ଓ ବ୍ୟବସାୟିକ ଚାନେଲ  ସି ଏନ ବି ସିରେ ଯୋଗଦେଇଥିଲେ । ଏଥିରେ କାମ କରିବା ଭିତରେ ସେ ଭାରତ ଓ ଭାରତ ବାହାରର ବହୁ ଉଦ୍ୟୋଗପତିଙ୍କ ସଂସ୍ପର୍ଶରେ ଆସିଥିଲେ । ଚାନେଲରେ କାମ କରି ବିଜନେସ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେବା ଅପେକ୍ଷା ନିଜେ କିଛି କରିବା ଉଚିତ ବୋଲି ସିଦ୍ଧାନ୍ତ ନେଇ ସେ ନୂଆ ଏକ ଷ୍ଟାର୍ଟ ଅପ "ୟୋର ଷ୍ଟୋରି "ଆରମ୍ଭ କଲେ ।

୨୦୦୮ ରେ ମାତ୍ର ୨ ଲକ୍ଷ ଟଙ୍କାର ପୁଞ୍ଜିରେ ସେ ଆରମ୍ଭ କରିଥିଲେ ୟୋର ଷ୍ଟୋରି । ମାତ୍ର ୭ ବର୍ଷ ଭିତରେ ଅର୍ଥାତ ୨୦୧୫ରେ ସେ 'ୟୋର ଷ୍ଟୋରି'ପାଇଁ ୮.୫ ମିଲିୟନ ଡଲାରର ପୁଞ୍ଜି ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ । ସୂଚନା ଯୋଗ୍ୟ ଯେ ୟୋର ଷ୍ଟୋରି ଏକ ବହୁଭାଷୀ ୱେବ ପୋର୍ଟାଲ । ଏଥିରେ ସମ୍ବାଦ ,ସମୀକ୍ଷା ,ସଫଳ କାହାଣୀ ଆଦି ପ୍ରକାଶିତ ହୁଏ । ମାତ୍ର ୫ ଜଣ କର୍ମୀଙ୍କୁ ନେଇ ସେ ଆରମ୍ଭ କରିଥିବା ଏହି ପୋର୍ଟାଲକୁ ମାସିକ ୬ଲକ୍ଷରୁ ୧୫ ଲକ୍ଷ ଲୋକ ପରିଦର୍ଶନ କରୁଛନ୍ତି । ଏବେ ଏଥିରେ ଯୋଡି ହୋଇଛନ୍ତି ୧୦୦ କର୍ମୀ । ୭୦ ହଜାର ଆର୍ଟିକଲ ୧୨ଟି ଭାଷାରେ ପ୍ରକାଶିତ ହୋଇ ୨୦୦ ମିଲିୟନ ଲୋକଙ୍କ ନିକଟରେ ପହଁଚିଥିବା କହନ୍ତି ଶ୍ରଦ୍ଧା ଶର୍ମା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.