• Monday, June 16, 2025

ବିଶ୍ୱର ଉଚ୍ଚତମ ରେଲୱେ ବ୍ରିଜର ରୂପକାର ଆନ୍ଧ୍ରର ମାଧବୀଲତା

Subhadra Live:G-Madhavi-Latha-The-Woman-Who-Anchored-the-Worlds-Highest-Railway-Chenab-Bridge

 ଚେନାବ ନଦୀ ଉପରେ ନିର୍ମିତ ହୋଇଛି ବିଶ୍ୱର ଉଚ୍ଚତମ ରେଲୱେ ବ୍ରିଜ । ୧୭ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଏହା ସିଭିଲ ଇଂଜିନିୟରିଂର ଅନ୍ୟତମ ଆଶ୍ଚର୍ଯ୍ୟ ନିର୍ମାଣ ଭାବେ ପରିଚିତି ପାଇଛି । ବିଶ୍ୱର ସର୍ବାଧିକ ଉଚ୍ଚତା ବିଶିଷ୍ଟ ଇଫିଲ ଟାୱାରର ଉଚ୍ଚତା ଓ ଓଜନର ଏହା ଭାଙ୍ଗିଛି ରେକର୍ଡ । ଏହି ବ୍ରିଜରେ ୨୮୬୬୦ ଟନ ଓଜନର ଆଇରନ ବ୍ୟବହାର ହୋଇଛି ଯାହା ଇଫିଲ ଟାୱାର ଓଜନର  ୪ ଗୁଣା ଅଧିକା । ୧୪୮୬ କୋଟିରେ ନିର୍ମିତ ଏହି ବ୍ରିଜର ନିର୍ମାଣର ପ୍ରମୁଖ ରୂପକାର ହେଉଛନ୍ତି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ମହିଳା ସିଭିଲ ଇଞ୍ଜିଆର ଜି ମାଧବୀ ଲତା  ।

ମାଧବୀଲତା ସମ୍ପ୍ରତି ଆଇ ଆଇ ଏସ ସି ବାଙ୍ଗାଲୁରରେ ଅବସ୍ଥାପିତ ଓ ଏକାଧିକ ପ୍ରକଳ୍ପର ନେତୃତ୍ୱ ରହିଛି ତାଙ୍କ କାନ୍ଧରେ । ଉତ୍ତର ରେଲୱେ କନସଲଟାନ୍ସି  ଫାର୍ମର ଦାୟିତ୍ୱରେ ଥାଇ ସେ ଏହି ପ୍ରକଳ୍ପକୁ ଚୂଡାନ୍ତ ରୂପ ଦେଇଛନ୍ତି ।୩୫୪ ମିଟର ପ୍ରସ୍ଥ ,୧୩୧୫ ମିଟର ଦୈର୍ଘ୍ୟ ଓ ୩୫ ମିଟର ଉଚ୍ଚ ଏହି ବ୍ରିଜର ଆୟୁଷ ରହିଛି ୧୨୦ ବର୍ଷ । ୨୬୦ କିଲୋମିଟର ବେଗର ପବନକୁ ଏହା ପ୍ରତିହତ କରିବାର କ୍ଷମତା ରହିଛି । ୨୦୦୪ ରୁ ଆରମ୍ଭ ହୋଇ ୨୦୨୨ରେ ସରିଥିଲା ଏହାର ନିର୍ମାଣ କାମ । ୩ ବର୍ଷ ଟ୍ରାଏଲ ରନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୯ରେ ଏହି ବ୍ରିଜକୁ ଲୋକାର୍ପିତ କରିଥିଲେ । ଏହାର ପ୍ରମୁଖ ବିନ୍ଧାଣି ମାଧବୀ ଏବେ ପାଲଟିଛନ୍ତି ଖବର କାଗଜର ଶିରୋନାମା । ମାଧବୀଙ୍କ ଜନ୍ମ ଏକ ମଧ୍ୟବିତ୍ତ କୃଷକ ପରିବାରରେ । ପିଲାଟି ଦିନରୁ ସେ ତାଙ୍କ ପିତା ଜି ଭେଙ୍ଗା ରେଡ୍ଡୀଙ୍କୁ ହରାଇବା ପରେ ମା ଅନ୍ନପୁନ୍ନାମାଙ୍କ ଦ୍ୱାରା ଲାଳିତପାଳିତ ହୋଇଥିଲେ । ଏବେ ତାଙ୍କ ମା ଗାଁରେ ଭାଇ ହରିନାଥ ରେଡ୍ଡୀଙ୍କ ସହିତ ରହୁଥିବା ବେଳେ ମାଧବୀ ନିଜ ଦୁଇ ସନ୍ତାନ ଓ ସ୍ୱାମୀଙ୍କ ସହିତ ବାଙ୍ଗାଲୁରରେ ରହୁଛନ୍ତି । କାକିନାଡ଼ା ଜେଏନଟିୟୁରୁ ସିଭିଲ ଇଂଜିନିୟରିଂରେ ବିଟେକ ,ୱାରଙ୍ଗଲ ଏନଆଇଟିରୁ ଏମ ଟେକ ଏବଂ ଆଇ ଆଇ ଟି ମାଡ୍ରାସରୁ ପିଏଚଡି ପରେ ଡ଼କ୍ଟର ମାଧବୀ ଆଇଆଇଟିର ପ୍ରଫେସର ଭାବେ ନିୟୋଜିତ ଥିଲେ । ପରେ ସେ ପ୍ରଫେସର ଚାକିରିରୁ ଇସ୍ତଫା ଦେଇ ଆଇଆଇଏସସିରେ ଯୋଗଦେଲେ । ଏବେ ସେ ନିଜ କାମ ପାଇଁ ବେଶ ଗର୍ବ ଅନୁଭବ କରୁଥିବା କହନ୍ତି ।


ଜନସ୍ୱାସ୍ଥ୍ୟ ସଚେତକ ଭାବେ ୪ ଦଶନ୍ଧିର ସେବା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.