• Saturday, September 21, 2024

ବାର୍ଷିକ ୧.୫ କୋଟି ଆୟ କରୁଛନ୍ତି ମହିଳା ଚାଷୀ

Subhadra Live:Smarika-Chandrakar-of-Chattisharh-left-MNC-job-for-her-father-now-earns-1cr-yearly

ଏମ ବି ଏ ପାଠ୍ୟକ୍ରମ ପରେ ମୋଟା ଅଙ୍କରେ କର୍ପୋରେଟ ଜଗତରେ ପାଦ ଥାପିଥିଲେ ଗ୍ରାମୀଣ ଛତିଶଗଡ଼ର ୨୩ ବର୍ଷର ଯୁବତୀ ସ୍ମାରିକା ଚନ୍ଦ୍ରକାର । କିଛି ବର୍ଷ ମୁମ୍ବାଇରେ ବଡ଼ ପ୍ୟାକେଜର ଚାକିରୀ କରିବା ପରେ ସେ ଫେରିଥିଲେ ଗାଁକୁ। ତାଙ୍କ ପିତା ଜଣେ ବଡ଼ ଚାଷୀ ଥିଲେ । ୨୫ ଏକର ଜମିରେ ସେ କରିଥିଲେ ଧାନ ଚାଷ । ପିତାଙ୍କ ସହିତ ସୁନ୍ଦର ସବୁଜ ଧାନ କ୍ଷେତ ଦେଖିବା ପରେ ସେ ଚାଷ ପ୍ରତି ଆକର୍ଷିତ ହେଲେ । ନିଷ୍ପତ୍ତି ନେଲେ କର୍ପୋରେଟ ଚାକିରୀ ଛାଡି ଗାଁରେ ରହି ପିତାଙ୍କ ସହିତ କରିବେ ଚାଷ । ତାହାହିଁ ହେଲା । ସେ ଆଉ ମୁମ୍ବାଇ ନଯାଇ ଗାଁରେ ଚାଷରେ ମାତିଲେ ।  

କିଏ କହିଲା ଚାଷରେ ଲାଭ ହୁଏ ନାହିଁ ବୋଲି ? ସ୍ମାରିକା ନିଜ ବାପାଙ୍କ ଧାନ ଚାଷରେ ହୋଇଥିବା କ୍ଷତି ଶୁଣି ଏଭଳି ଜବାବ ଦେଇଥିଲେ । ପରେ ସେ ଘରେ ସମସ୍ତଙ୍କ ସହିତ ଆଲୋଚନା କରି ଧାନ ଚାଷ ଜମିକୁ ପରିବା ଚାଷ ଜମିରେ କରିଥିଲେ ପରିବର୍ତ୍ତନ । କୋବି ,ଟମାଟୋ ,ବାଇଗଣ ,ପିଆଜ ,ରସୁଣ,ଅଦା ଠାରୁ ଆରମ୍ଭ କରି ଆମ୍ବ ,ଅମୃତଭଣ୍ଡା ,ପିଜୁଳି ଆଦି ସମନ୍ବିତ କୃଷି କରି ଖୁବ କମ ଦିନରେ ଲାଭବାନ ହେଲେ । ସ୍ମାରିକା ଚନ୍ଦ୍ରକାର ଏବେ ଛତିଶଗଡ଼ର ଜଣେ ଆଗୁଆ ଚାଷୀ । ୨୫ ଏକର ଜମିରେ ସମନ୍ବିତ କୃଷି ଜରିଆରେ ସେ ବାର୍ଷିକ ଦେଢକୋଟି ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ନିଜେ ଖଟିବା ସହିତ ୧୨୫ ଜଣ ଲୋକଙ୍କୁ ନିଜ କୃଷି ଫାର୍ମରେ ଦେଇଛନ୍ତି ପୂର୍ଣ୍ଣକାଳୀନ ନିଯୁକ୍ତି । ଆଡ଼ଭାନ୍ସଡ଼ ଟେକ୍ନୋଲୋଜି ପ୍ରୟୋଗ କରି ସ୍ମାରିକା କୃଷି କ୍ଷେତ୍ରରେ ଆଣିଛନ୍ତି ବଡ଼ ପରିବର୍ତ୍ତନ ।

 

ଅଧିକ ପଢନ୍ତୁ: ଅଁଳା ଚାଷରୁ ସଫଳ ହୋଇଛନ୍ତି ଦୁଇଭଉଣୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.