• Saturday, April 4, 2026

ତ୍ରିରଙ୍ଗା ଦେଇଛି ଲକ୍ଷ ଲକ୍ଷ ମହିଳାଙ୍କୁ ରୋଜଗାର

Subhadra Live:Tricolour-making-brings-good-income-for-women-in-Hubli

ଗ୍ରାମ ପଞ୍ଚାୟତ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଖଦି ନିର୍ମିତ ଜାତୀୟ ପତାକା ବ୍ୟବହାରକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିବା ପରେ ଖଦି ତିଆରି ଜାତୀୟ ପତାକାର ବିକ୍ରି ବହୁଗୁଣରେ ବଢିଯାଇଛି ଓ ସଂଖ୍ୟାଧିକ ମହିଳା କାରିଗରଙ୍କ ଜୀବିକା ଓ ଅର୍ଥନୀତିରେ ସହାୟକ ହୋଇଛି ।ହୁବଲୀ ଠାରେ ଥିବା ଦେଶର ଏକମାତ୍ର ବି ଆଇ ଏ ଅନୁମୋଦିତ ଜାତୀୟ ପତାକା ତିଆରି ୟୁନିଟ ଖଦି ଫେଡେରେସନ ଚଳିତ ବର୍ଷ ସ୍ୱାଧୀନତା ଦିବସ ସୁଦ୍ଧା ୧.୭୫ କୋଟିର ବ୍ୟବସାୟ କରିବାର ସମ୍ଭାବନା ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ପ୍ରତିଘରେ ତ୍ରିରଙ୍ଗା ଘୋଷଣାର ଦ୍ୱିତୀୟ ବର୍ଷରେ ବିପୁଳ ଭାବେ ଜାତୀୟ ପତାକା କିଣିନେବାର ଧାରା ଦେଖିବାକୁ ମିଳୁଛି ।

ପ୍ରଥମବର୍ଷ ଏହି ୟୁନିଟ ୧.୧୦  କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ଏହା ୧.୭୫ କୋଟି ଛୁଇଁବାକୁ ଯାଉଛି । ଏପ୍ରିଲ ୨୦୨୩ରୁ ଜୁଲାଇ ୨୦୨୩ ମଧ୍ୟରେ ଏହି ୟୁନିଟ କୋଟିଏ ଟଙ୍କାର ଅର୍ଡର ହାସଲ କରିଥିବାରୁ ଖୁସି ପ୍ରକଟ କରିଛନ୍ତି ଏଠାରେ କାର୍ଯ୍ୟରତ କାରିଗର । ହରଘର ତ୍ରିରଙ୍ଗା ଘୋଷଣା ପରଠାରୁ ଜାତୀୟ ପତାକା ତିଆରି ପରିମାଣ ବଢ଼ୁଥିବାରୁ ନିୟୋଜିତ କାରିଗରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ବେଙ୍ଗାରୀ ଖଦି ୟୁନିଟରେ ସର୍ବାଧିକ ମହିଳା କାରିଗର ତ୍ରିରଙ୍ଗା ତିଆରିରେ ନିୟୋଜିତ ହୋଇଛନ୍ତି । କପଡା କାଟିବା ,ସିଲେଇ କରିବା ,ପ୍ୟାକିଂ କରିବା ଓ ବିଲ ପ୍ରସ୍ତୁତ କରିବା ଯାଏଁ ଅଧିକାଂଶ କାମ ମହିଳା ମାନେ ହିଁ ସମ୍ଭାଳୁଛନ୍ତି ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.