• Saturday, April 4, 2026

ଉସୁଲୁମାରୁ ଗାଁ :ମହିଳାଙ୍କ ଉଦ୍ୟମରୁ ପାଲଟିଛି ଆଚାର ଶିଳ୍ପର ହବ

Subhadra Live:Usulumaru-village-has-become-the-hub-of-the-pickel-industry-thanks-to-womens-efforts
ଭୁବନେଶ୍ୱର/02.07.2023:

 ଆଚାର ନାଁ ଶୁଣିଲେ ପାଟିରୁ ଖସିଆସେ ପାଣି । ଖଟା,ମିଠା ,ରାଗ ,ଲୁଣ ଓ ମହକିତ ମସଲାର ସମିଶ୍ରଣରେ ତିଆରି ହେଉଥିବା ଆଚାର ସଭିଙ୍କ ପାଇଁ ପ୍ରିୟ । ସ୍ୱାଦ ଓ ଗୁଣ ପାଇଁ ଉସୁଲୁମାରୁ ଗାଁର ଆଚାର ସାରା ଦେଶରେ ବେଶ ଲୋକପ୍ରିୟ ହେବା ସାଙ୍ଗକୁ ନିଜର ଏକ ବ୍ରାଣ୍ଡ ଭେଲ୍ୟୁ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।

ପୂର୍ବ ଗୋଦାବରୀ ଜିଲ୍ଲାର ଛୋଟ ଏକ ଗାଁ ଉସୁଲୁମାରୁ । ଆଚାର ଶିଳ୍ପର ହବ ଭାବେ ଗାଁର ରହିଛି ପରିଚିତି । ବିଗତ ୪୦ ବର୍ଷ ଧରି ଗାଁର ଦୁଇ ତୃତୀୟାଂଶ ପରିବାର ଆଚାର ତିଆରି ଓ ବିପଣନ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ । ରାଜ ମହେନ୍ଦ୍ର ଭରମ ସହର ଠାରୁ ୪୦ କିଲୋମିଟର ଦୂର ଏବଂ ଟଳୁକୁ ସହର ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁର ପ୍ରତ୍ୟେକଟି ପରିବାର ଏଭଳି ବୃତ୍ତି ସହିତ ଜଡିତ । ଏହି ଗାଁରେ ପୃଥକ ପୃଥକ ଭାବେ ଆମ୍ବ ,ଲେମ୍ବୁ ,କଞ୍ଚାଲଙ୍କା ,ଅଦା ,ହଳଦୀ ଏବଂ ଅଁଳାରେ ଖଟା ମିଠା ଆଚାର ତିଆରି ୟୁନିଟ ସ୍ଥାପିତ ହୋଇଥିବା ବେଳେ ସବୁ ପ୍ରକାର ଆଚାର ତିଆରିର ବଡ଼ ଏକ କାରଖାନା ରହିଛି । ଗାଁର ମହିଳା ମାନେ ଏହି କାରଖାନାରେ ଆଚାର ତିଆରି କାମରେ ନିୟୋଜିତ ହୋଇଥିବା ବେଳେ ପୁରୁଷ ମାନେ ଆଚାର ପ୍ୟାକିଂ ,ପରିବହନ ଓ ବିକ୍ରି କାମରେ ନିୟୋଜିତ ହୋଇଥାନ୍ତି ।

ଗାଁର ଜଣେ ବାସିନ୍ଦା ପି .ଶ୍ରୀରାମମୂର୍ତ୍ତିଙ୍କ ପରିବାର ୪ ଦଶନ୍ଧି ତଳେ ଜୀବିକା ପାଇଁ ଆରମ୍ଭ କରିଥିଲେ ଆଚାର ତିଆରି । ଏହା ଲାଭଦାୟକ ହେବାରୁ ଅନ୍ୟମାନେ ପରବର୍ତ୍ତୀ ସମୟରେ ଏହି ବ୍ୟବସାୟକୁ ଜୀବିକାର ଉତ୍ସ ଭାବେ ଗ୍ରହଣ କଲେ । ଗାଁର ମହିଳାମାନଙ୍କ ଅଂଶ ଗ୍ରହଣ ଫଳରେ ପୁରା ଗାଁ ଆଚାର ତିଆରି ଗାଁରେ ପରିଣତ ହୋଇଯାଇଛି । ଗାଁର ଆଚାର କାରଖାନାରେ କାମ କରୁଥିବା ପ୍ରତ୍ୟେକ ମହିଳା ଦିନକୁ ୪୫୦ ଟଙ୍କା ରୋଜଗାର କରିଥାନ୍ତି । ଏଠାରୁ ପ୍ରସ୍ତୁତ ଆଚାର ହାଇଦ୍ରାବାଦ ,ବିଶାଖାପାଟଣା ,ଭୁବନେଶ୍ୱର ଓ ବାଙ୍ଗାଲୁର ଯାଇଥାଏ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.