• Saturday, September 21, 2024

ବର୍ଜ୍ୟକୁ ବ୍ୟବହାର କରି କରୁଛନ୍ତି ରୋଜଗାର

Subhadra Live:Moli-Harris-from-America-is-making-money-from-trash

ଅର୍ଥରୋଜଗାରର ବିଭିନ୍ନ ମାଧ୍ୟମ ରହିଛି । ବୁଦ୍ଧି ଖଟାଇ ପାରିଲେ କରିହେବ ଅଲୋଡ଼ାରୁ ସମ୍ପଦ । ଏଭଳି ପ୍ରୟାସରେ ଅନେକ ଲୋକ ସଫଳ ହୋଇଛନ୍ତି । ଧନୀ ରାଷ୍ଟ୍ର ଆମେରିକାରେ ମଧ୍ୟ ଏଭଳି ଉଦ୍ୟମ କରି ଜଣେ ମହିଳା ବେଶ ସଫଳ ହୋଇଛନ୍ତି । ଲୋକ ଫିଙ୍ଗି ଦେଉଥିବା ପୁରୁଣା ସାମଗ୍ରୀକୁ ସେ ସଂଗ୍ରହ କରି ତାକୁ ଏକ ନୂଆ ରୁପ ଦେଇ ବିକ୍ରି କରିବାର ଭିନ୍ନ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ଏହି ବ୍ୟବସାୟରୁ ସେ ମୋଟା ଅଙ୍କର ଅର୍ଥ ରୋଜଗାର କରି ପାରୁଛନ୍ତି । ଏହି ମହିଳାଙ୍କ ନାମ ହେଉଛି  ମୋଲି ହେରିସ । ହେରିସ କୁହନ୍ତି, ‘ପ୍ରାୟ ତିନିବର୍ଷ ପୂର୍ବେ ପଡ଼ିଶାଲୋକ ରାସ୍ତାରେ ଖରାପ ହୋଇଯାଇଥିବା ଆସବାବପତ୍ରକୁ ଫିଙ୍ଗି ଦେଇଥିଲେ । ଯାହାକୁ ମୁଁ ସଂଗ୍ରହ କରି ଘରକୁ ନେଇ ଆସିଥିଲି । ଏହାପରେ ସ୍ବାମୀଙ୍କ ସାହାଯ୍ୟରେ ଉକ୍ତ ଖରାପ ସାମଗ୍ରୀଗୁଡ଼ିକୁ ସଜାଡ଼ି ନୂଆ ରୁପ ଦେଇଥିଲି । ମୁଁ ନିଜେ ଜାଣିନଥିଲି ଯେ ଏତେ ସୁନ୍ଦର କାରୁକାର୍ଯ୍ୟ ସବୁ ଅଲୋଡ଼ା ଜିନିଷରୁ ତିଆରି ହୋଇପାରିବ ।

କାରୁକାର୍ଯ୍ୟ ପ୍ରସ୍ତୁତ ହୋଇଯିବା ପରେ ଏହାର ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲି । ଦେଖିଲି ଲୋକେ ମୋ କାମକୁ ବହୁତ ପସନ୍ଦ କରିବା ସହିତ ମୋ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ କ୍ରୟ କରିବାକୁ ଚାହିଁଥିଲେ । ଏହାକୁ ବ୍ୟବସାୟିକ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ସହିତ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯିବା ପରେ କ୍ରମଶଃ ବଢିଥିଲା ରୋଜଗାର । ଏପରି ସାମଗ୍ରୀ ବିକ୍ରି କରି ମୁଁ ସପ୍ତାହକୁ ଏବେ ୪୧,୭୫୧ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛି ।  ଦେଖିବାକୁ ଗଲେ ଏହି ରୋଜଗାର ମୋର ବର୍ଷକୁ ୧,୬୭,୦୦୫ଟଙ୍କାରେ ପହଞ୍ଚି ପହଂଚିଛି । ଲୋକେ ବ୍ୟବହାର କରି ଫିଙ୍ଗି ଦେଇଥିବା କପବୋର୍ଡ ,ସୋଫା ,କାଠ ସାମଗ୍ରୀ ,ପ୍ଲାଷ୍ଟିକ ଅବ୍ୟବହୃତ ସାମଗ୍ରୀକୁ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ କରିବା ପାଇଁ ସେ ସ୍ୱଳ୍ପ କାଳୀନ ଏକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ: ଡେ଼ବ୍ରିଗଡ଼ ଅଭୟାରଣ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.