• Saturday, September 21, 2024

ଅଁଳା ଚାଷରୁ ସଫଳ ହୋଇଛନ୍ତି ଦୁଇଭଉଣୀ

Subhadra Live:Sisters-Took-Up-Farming-in-Their-40s-Earn-Rs-11-Lakh-Growing-Gooseberry

 ଉତ୍ତରାଖଣ୍ଡ ଡେରାଡୁନରେ ରହନ୍ତି ନମିତା ନେଗୀ ଓ ମନୀଷା ଗୋସାଇଁ । ସମ୍ପର୍କରେ ଦୁହେଁ ଦୁଇ ଭଉଣୀ । ଉଚ୍ଚଶିକ୍ଷା ପରେ ଉଭୟେ ବାହା ହୋଇ ଘର ସଂସାରରେ ନିଜକୁ ନିୟୋଜିତ କରିଥିଲେ । ପରେ ୪୦ ବର୍ଷ ବୟସରେ ଅପ୍ରତ୍ୟାଶିତ ଭାବେ କିଛି ରୋଜଗାର କରିବାର ବିକଳ୍ପ ବାଛିଲେ । ଚାଷକୁ ଜୀବିକା  ପାଇଁ ମନସ୍ଥ କଲେ । ତେବେ ଚାଷ ଆରମ୍ଭ କରିବା ପୂର୍ବରୁ ରାଜ୍ୟ କୃଷି ବିଭାଗ ,ଉଦ୍ୟାନ ବିଭାଗ ,ମସଲା ବୋର୍ଡ ଓ ମୃତ୍ତିକା ସଂରକ୍ଷଣ ବିଭାଗ ସହିତ ଯୋଗାଯୋଗ କରି ସରକାରୀ ସହାୟତା ବାବଦରେ ବୁଝିଲେ । ଅଭିଜ୍ଞ ଚାଷୀଙ୍କ ସହିତ  ବିଚାର ବିମର୍ଷ କରି ସେମାନଙ୍କ ଅନୁଭବ ବାବଦରେ କଥାହେଲେ । ଶେଷରେ ସେମାନେ ସିଦ୍ଧାନ୍ତ ନେଲେ କରିବେ ଔଷଧୀୟ ବୃକ୍ଷଲତା ଚାଷ । ଔଷଧୀୟ ବୃକ୍ଷଲତା ମଧ୍ୟରେ ଅଁଳା ସ୍ଥାନୀୟ ପରିବେଶ ପାଇଁ ଭଲ ହେବ ବୋଲି ଜାଣି ପ୍ରଥମେ କମଜମି ଓ ପରେ ଅଧିକ ଜମିରେ ଅଁଳା ଚାଷକୁ ଦେଇଥିଲେ ପ୍ରାଥମିକତା ।

ଉତ୍ତରାଖଣ୍ଡର ଜଳବାୟୁ ଅଁଳା ଚାଷ ପାଇଁ ଉତ୍କୃଷ୍ଟ । ଏହା ଔଷଧ ତିଆରି ଓ ପ୍ରସାଧାନିକ ଦ୍ରବ୍ୟ ତିଆରିରେ ବ୍ୟବହୃତ ହେଉଥିବାରୁ ବଜାରରେ ଏହାର ଚାହିଦା ଥିବା ଜାଣି ପ୍ରଥମେ ୨ ଏକର ଓ ପରେ ୫ ଏକର ଜମିରେ ଆରମ୍ଭ କଲେ ଚାଷ । ମହିଳାମାନଙ୍କ ହାତରେ କୃଷି ହେବନାହିଁ ବୋଲି ରହିଥିଲା ଧାରଣା । ସେ  ଏହି ଧାରଣାକୁ ବଦଳାଇବାରେ ସକ୍ଷମ ହେଲେ । ୨୦୧୯ରେ ଏହି ଦୁଇଭଉଣୀ ଆରମ୍ଭ କରିଥିବା ଅଁଳା ଚାଷ ୨୦୨୩ରେ ପ୍ରଥମ ଅମଳ ଦେଲା। ପ୍ରଥମବର୍ଷ ଏଥିରୁ ୧୧ ଲକ୍ଷ ଟଙ୍କାର ଆୟ ସେମାନଙ୍କୁ ଉତ୍ସାହିତ କଲା । ଘର ନିକଟରେ ସୁବିଧାରେ ବିକ୍ରି ହୋଇଯାଉଥିବାରୁ ସେମାନେ ଅଧିକ ଉତ୍ସାହିତ ହେଲେ ଓ ଏଥିରୁ ଆଚାର ,କ୍ୟାଣ୍ଡି ,ସ୍ୱାଶ ଓ ଜେଲି ପ୍ରସ୍ତୁତ କରି ମୂଳ୍ୟଯୋଗ କରାଇଲେ । ଏବେ ଏହି ଦୁଇ ଭଉଣୀ ଅଁଳାଚାଷରେ ପାଲଟିଛନ୍ତି ଉଦାହରଣ ।

ଅଧିକ ପଢନ୍ତୁ :  ଅସହାୟ ଶିଶୁଙ୍କ ପାଇଁ ପାଲଟିଲେ ଦେବଦୁତ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.