• Saturday, April 4, 2026

ନିଆରା ଏକ ନୀରବ ବିଳ୍ପବ

Subhadra Live:Ragi-revolution-in-Jharkhands-Gumla-becomes-case-study

ମାଓ ପ୍ରବଣ ଝାରଖଣ୍ଡ ଜିଲ୍ଲାର ଗୁମଲା ଜିଲ୍ଲାରେ ମାଣ୍ଡିଆ ଚାଷ ଏବେ ସ୍ଥାନୀୟ ଜନଗଣଙ୍କ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଦିଗରେ ବହୁତ ବଡ଼ ଏକ କାରକ ହୋଇଛି । ମାଣ୍ଡିଆ ଚାଷରେ ଦ୍ରୁତ ଉନ୍ନତିକୁ ସ୍ଥାନୀୟ ବାସିନ୍ଦା ଏକ ନୀରବ ବିଳ୍ପବର ଆଖ୍ୟା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ମହିଳା ଗୋଷ୍ଠୀଙ୍କ ଭାଗିଦାରିଦାରୁ ଏହା ସମ୍ଭବ ହୋଇଛି ।

ଦିନେ ଚାଷ କହିଲେ ଲୋକେ ଧାନ ଚାଷକୁ ହିଁ ବୁଝୁଥିଲେ । ବର୍ଷରେ ଗୋଟିଏ ଥର ଧାନ ଚାଷ କରି ଲୋକେ ସେଥିରେ ଚଳୁଥିଲେ । ଲାଲ ହିଂସା ସାଙ୍ଗକୁ ପୁଷ୍ଟିହୀନତା ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଲୋକଙ୍କୁ ଏଥିରୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଆହ୍ବାନ ଥିଲା । ଜିଲ୍ଲା ପ୍ରଶାସନ ସହଯୋଗରେ ଓ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ପ୍ରୟାସରେ ଧାନ ଚାଷ ନ ହେଉଥିବା ମଧ୍ୟମ କିସମ ଜମିରେ ଆରମ୍ଭ ହୋଇଥିଲା ମାଣ୍ଡିଆ ଚାଷ । କମ ଜଳସେଚନ ,କମ ପୁଞ୍ଜି ନିବେଶ ଓ କମ ପରିଶ୍ରମରେ ମାଣ୍ଡିଆ ଚାଷରୁ ଧାନ ତୁଳନାରେ ଅଧିକ ଲାଭ ମିଳିବାରୁ ଅଧିକରୁ ଅଧିକ ଜମିରେ ଆରମ୍ଭ ହେଲା ମାଣ୍ଡିଆ ଚାଷ । ଗୁମଲା ଜିଲ୍ଲାର ୧୨ ଟି ବ୍ଲକରେ ୨୫ ହଜାର ଚାଷୀ ୩୦ ହଜାର ଏକର ଜମିରେ ଆରମ୍ଭ କରିଛନ୍ତି ମାଣ୍ଡିଆ ଚାଷ । ଜିଲ୍ଲା ପ୍ରଶାସନ ସେମାନଙ୍କୁ ୫୦ ମେଟ୍ରିକ ଟନ ବିହନ  ଯୋଗାଇଦେବା ସହିତ ବିଭିନ୍ନ ବ୍ଲକରେ ମହିଳା ଜୀବିକା ନିର୍ବାହ ଗୋଷ୍ଠୀଙ୍କୁ ମାଣ୍ଡିଆ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ମେସିନ ପ୍ରଦାନ କରିବା ସହିତ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମାସକୁ ୩୦୦ ପ୍ୟାକେଟ ମାଣ୍ଡିଆ ଲଡୁ ,୧୦୦ ଟନ ମାଣ୍ଡିଆ ଚୁନା ,ଓ ୨୦୦ ପ୍ୟାକେଟ ମାଣ୍ଡିଆ ମିକସଚର ପ୍ରସ୍ତୁତ କରି ନିଜର ସଭ୍ୟା ମାନଙ୍କୁ ଆର୍ଥିକ ଲାଭ ଦେବାରେ ସକ୍ଷମ ହୋଇଛି।

ଅଧିକ ପଢନ୍ତୁ: ତ୍ରିରଙ୍ଗା ଦେଇଛି ଲକ୍ଷ ଲକ୍ଷ ମହିଳାଙ୍କୁ ରୋଜଗାର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.