• Saturday, September 21, 2024

ସାନ ଭଉଣୀ ପାଇଁ ମା ହୋଇଯାଇଛି ୫ ବର୍ଷର ଶିଶୁ

Subhadra Live:5YO-turns-mother-for-3YO-sister
ରାଞ୍ଚି

୫ବର୍ଷ ଓ ୩ ବର୍ଷର ଦୁଇ ଭଉଣୀଙ୍କ ସଂଘର୍ଷ କାହାଣୀ ଶୁଣିଲେ ଆପଣ ବିଚଳିତ ହୋଇପାରନ୍ତି । ୨୭ ଦିନ ହେଲା ଏମାନଙ୍କ ପିତା ମାତା ଦାନ୍ତକାଠି ବିକ୍ରି କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ଏହି ପିଲା ଦୁହିଁଙ୍କର ବୟସ ଏପରି ନା ସେମାନେ ଘରୁ ଦୁରକୁ ଯାଇ ଖୋଜି ପାରୁଛନ୍ତି ନା ସେମାନଙ୍କ କୌଣସି ସମ୍ପର୍କୀୟଙ୍କ ଘରକୁ ଖବର ଦେଇପାରୁଛନ୍ତି । ସେପ୍ଟେମ୍ବର ୧ ତାରିଖ ସକାଳୁ ସବୁଦିନ ଭଳି ସେମାନେ ସନ୍ଧ୍ୟାରେ ଘରକୁ ଫେରିବେ ବୋଲି ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ । ହେଲେ ସେମାନେ ନ ଫେରିବା ଯୋଗୁଁ ୫ବର୍ଷର ଛୋଟ ଝିଅଟି ତାର ଦୁଇ ବର୍ଷର ଭଉଣୀ ପାଇଁ ଭାତ ରାନ୍ଧିଦେବା ସହିତ କରୁଛି ଜୀବନ ସଂଘର୍ଷ ।

୩ ଓ ୫ ବର୍ଷର ପିଲାଙ୍କୁ ଛାଡି କୁଆଡେ ଚାଲିଯାଇଛନ୍ତି ପିତାମାତା । ଏଭଳି ଦୁଖଦ ଦୃଶ୍ୟ ଦେଖିବାକୁ ମିଳିଛି ରାଞ୍ଚି ଅନଗଢ଼ା ବ୍ଲକ ପାହାଡ଼ପୁର ଗାଁରେ । ଗାଁର ଆଦିମ ବିପଦସଂଙ୍କୁଳ ଜନଜାତି ବର୍ଗର ବାହାଦୂର ବିରହୋର ଏବଂ ତାଙ୍କର ପତ୍ନୀ ସବୁଦିନ ପରି ସାଥିରେ ଦାନ୍ତକାଠି ଓ ଖଲିଦନା ନେଇ ଗାଁ ପାଖ ଷ୍ଟେସନରୁ ରାଞ୍ଚି ଅଭିମୁଖେ ବାହାରିଥିଲେ । ପିଲାମାନଙ୍କୁ କହିଯାଇଥିଲେ ସନ୍ଧ୍ୟାରେ ଫେରିବେ । କିନ୍ତୁ ସେମାନେ ଫେରିଲେ ନାହିଁ । ଘରେ ଥିବା ଦୁଇ ଛୋଟ ଛୁଆ ୨୫ କିଲୋମିଟର ଦୂର ପୋଲିସ ଥାନା ଯାଇ ଏଫ ଆଇ ଆର ଦେବା ସମ୍ଭବ ନ ଥିଲା । ଦିନ ପରେ ଦିନ ବିତୁଥିବା ବେଳେ ପିଲାଙ୍କ ଦୁଃଖ କିନ୍ତୁ ପ୍ରଶାସନ ପାଖରେ ପହଂଚି ପାରୁନାହିଁ । ଘରେ ଥିବା ରାସନ କାର୍ଡରେ ଚାଉଳ ମିଳିଛି । କିନ୍ତୁ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପାଖରେ ପଇସାଟିଏ ନାହିଁ । ୫ ବର୍ଷର ବଡ଼ ଭଉଣୀ ୩ବର୍ଷର ସାନ ଭଉଣୀଙ୍କୁ ବୁଝାଇ ମା ଭଳି ପାଳୁଛି । ଦିନ ଯାକ କୌଣସି ପ୍ରକାରେ ସମୟ ବିତିଯାଉଥିବା ବେଳେ ସଂଜ ହେଲେ ଅଜଣା ଭୟରେ ସାନ ଭଉଣୀକୁ ଧରି ବଡ଼ ଭଉଣୀ ପଡୋଶୀ ଘରେ ରାତ୍ରି ଯାପନ କରୁଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.