• Saturday, September 21, 2024

ଦିବ୍ୟାଙ୍ଗ ବାପାଙ୍କ ପାଇଁ ସାହାରା ପାଲଟିଛି ୧୨ ବର୍ଷର ଝିଅ

Subhadra Live:12-YO-daughter-looks-after-visually-impaired-father

ବାପାଙ୍କ ଆଶାବାଡ଼ି ସାଜି ଜୀବନସଂଘର୍ଷର ସାଥୀ ହୋଇଛି ୧୨ ବର୍ଷର ଝିଅ ପ୍ରତୀକ୍ଷା । ଅବକାରୀ ବିଭାଗର ଏକ ପରିତ୍ୟକ୍ତ କୋଠାରେ ବିତୁଛି ଅସହାୟ ବାପା ଝିଅଙ୍କ ଦିନ । କୋରାପୁଟ ଜୟପୁର ସହରର ଜୟନଗର ଛକରେ ଥିବା ଅବକାରୀ ଥାନାର ଭଙ୍ଗା ପରିତ୍ୟକ୍ତ କୋଠାରେ ଦୃଷ୍ଟିବାଧିତ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ୨୪ ଘଣ୍ଟା ଉପସ୍ଥିତ ରହି ସେବା କରୁଛି ଝିଅ ପ୍ରତୀକ୍ଷା ।

ପୂର୍ଣ୍ଣଚନ୍ଦ୍ର ନାୟକ । ୨୦ ବର୍ଷ ତଳେ ଜୟପୁର ସହରକୁ ପତ୍ନୀଙ୍କ ସହିତ ଚାଲିଆସିଥିଲେ ପେଟ ପୋଷିବା ପାଇଁ । ନିଜର ନ ଥିଲା ଘର । ଜୟନଗର ଛକରେ ଥିବା ଭଙ୍ଗା ଏକ ସରକାରୀ କୋଠାକୁ ଘର କରି ପାତିଥିଲେ ସଂସାର । ପୂର୍ଣ୍ଣଚନ୍ଦ୍ର ଦୃଷ୍ଟିବାଧିତ ଥିଲେ । ପତ୍ନୀର କାନ୍ଧରେ ହାତ ରଖି ଦେଖୁଥିଲେ ଦୁନିଆ ଓ ଚାଲୁଥିଲେ ବାଟ । କିଛି ବର୍ଷର ଦାମ୍ପତ୍ୟ ଜୀବନ ପରେ କୋଳକୁ ଆସିଲା ଝିଅ ପ୍ରତୀକ୍ଷା । ପ୍ରତୀକ୍ଷାକୁ ସମାଜରେ ପ୍ରତିଷ୍ଠିତ କରିବାର ସ୍ବପ୍ନ ଦେଖୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ହରାଇଲେ ନିଜ ପତ୍ନୀଙ୍କୁ ଓ ପ୍ରତୀକ୍ଷା ନିଜ ମା ଙ୍କୁ  । ମାଙ୍କ ମୃତ୍ୟୁପରେ ଆଖି ଥାଇ ବି ଦୁନିଆ ପାଲଟିଲା ପ୍ରତୀକ୍ଷାଙ୍କ ପାଇଁ ଅନ୍ଧାର ।

ପ୍ରତୀକ୍ଷା ଏବେ ସାଜିଛି ବାପାଙ୍କ ସାହାରା । ଘର ବୋଲି ଭାବି ଯେଉଁଠି ସେମାନେ ଆଶ୍ରୟ ନେଇଛନ୍ତି ସେହି ଘରୁ  ଛାଡି ଯାଇଛି ପ୍ଲାଷ୍ଟର ଓ  ଖସିସାରିଛି ସ୍ଲାବ । ପଲସ୍ତର ବି ଛାଡ଼ି ଆସିଲାଣି । ଗୋଟିଏ ପଟରୁ  ସ୍ଲାବ ସଂପୁର୍ଣ୍ଣ ଖସି ଗୋଟିଏ କାନ୍ଥ ଉପରେ ଓହଳି  ରହିଛି । ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି । ଝରକା କିମ୍ବା କବାଟ  ନାହିଁ। ସହରର ସବୁ ଘରେ ଆଲୁଅ ଜଳୁଥିଲେ ହେଁ ଏହି ଘର ଭିତରେ ରାଜ କରୁଛି  ଅନ୍ଧାର । ଏହି ଅନ୍ଧାର ଭିତରେ ପୂର୍ଣ୍ଣ ନିଜ ଅନ୍ଧାର ଆଖିରେ ଝିଅ ପ୍ରତିକ୍ଷାର ଆଲୋକିତ ଭବିଷ୍ୟତ ଦେଖିପାରୁନାହାନ୍ତି । ମା ଙ୍କ ମୃତ୍ୟୁପରେ  ବାପାଙ୍କ ସେବା ପାଇଁ ପ୍ରଥମ ଶ୍ରେଣୀରୁ ପାଠ ଛାଡ଼ିଛି ପ୍ରତୀକ୍ଷା । ୫୦୦ ଟଙ୍କା ଭତ୍ତା ଓ ପାଞ୍ଚକେଜି ଚାଉଳ ହୋଇଛି ଏହି ପରିବାର ପାଇଁ ସମ୍ବଳ ।

ଅଧିକ ପଢ଼ନ୍ତୁ: ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ରୀ ଅର୍ଚ୍ଚନା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.