• Saturday, September 21, 2024

ପତିଙ୍କୁ ପକ୍ଷାଘାତ ,ପତ୍ନୀ ସାଜିଛନ୍ତି ବାଇକ ମିସ୍ତ୍ରୀ

Subhadra Live:Poonam-Devi-turns-bike-mechanic-to-support-ailing-husband

ଗାଜିଆବାଦର ପଟେଲ ନଗରର ବାସିନ୍ଦା ପୁନମ ଦେବୀଙ୍କ ମୁଣ୍ଡ ଉପରେ ଛିଡି ପଡିଛି ଆକାଶ । ୨୦୧୯ କରୋନା ସମୟରେ ଅଚାନକ ତାଙ୍କ ସ୍ୱାମୀ ରାଜେଶଙ୍କୁ  ପକ୍ଷାଘାତ ହେଲା । ରାଜେଶଙ୍କ ଏକ ବାଇକ ମରାମତି ଦୋକାନ ଥିଲା । ଛୋଟ ଏକ କାଠ କ୍ୟାବିନରେ ବାଇକ ମରାମତି ଉପକରଣ ରଖି ସେ ନିଜର ପରିବାର ପୋଶୁଥିଲେ । ପକ୍ଷାଘାତରେ  ତାଙ୍କ ବାମ ହାତ ଅଚଳ ହୋଇଯିବା ପରେ ସେ ଆଉ ବାଇକ ମରାମତି କରିପାରିଲେ ନାହିଁ । ମହାମାରୀ ସହିତ ଜୀବିକାକୁ ନେଇ ଚାଲିଲା ତାଙ୍କର ସଂଘର୍ଷ । ଏଭଳି ସମୟରେ ଘରୁ ପାଦ କାଢ଼ିଲେ ପୁନମ । ଗ୍ୟାରେଜ ଖୋଲିଲେ ଓ ସ୍ୱାମୀଙ୍କୁ ପାଖରେ ବସାଇ ଆରମ୍ଭ କଲେ ବାଇକ ମରାମତି କାମ । ୨୦୨୦ ଡିସେମ୍ବର ଠାରୁ ସେ ନିଜେ ମରାମତି କରିବାରେ ସକ୍ଷମ ହେଲେ ।

ଗାଜିଆବାଦର ପ୍ରଥମ ମହିଳା ବାଇକ ମିସ୍ତ୍ରୀ ଭାବେ ତିଆରି ହେଲା ତାଙ୍କର ନୂଆ ପରିଚୟ । ପୁରୁଷ ପ୍ରାଧାନ୍ୟ ବୃତ୍ତିରେ  ରହିଥିବାରୁ ଶୁଣିବାକୁ ମିଳୁଥିଲା ଥଟ୍ଟା ପରିହାସ । ସ୍ୱାମୀଙ୍କ ପକ୍ଷାଘାତ ଚିକିତ୍ସା  ,ପିଲାମାନଙ୍କ ପଢ଼ିବାର ଖର୍ଚ୍ଚ ଓ ଦୈନଦିନ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସେ ଗ୍ୟାରେଜ କାମରୁ ଓହରିଲେ ନାହିଁ । ରୋଜଗାର ଠିକ ହୋଇଆସୁଥିବା ବେଳେ ଡିସେମ୍ବର ୧୯,୨୦୨୩ ରେ ତାଙ୍କ କ୍ୟାବିନ ଗ୍ୟାରେଜରେ କେହି  ନିଆଁ ଲଗାଇଦେଇଛି । ଏଥିରେ ସମୁଦାୟ ୨୦ ହଜାର ଟଙ୍କାର ଆସବାବ ପତ୍ର ଗାଏବ ସହିତ ଲକ୍ଷାଧିକ ଟଙ୍କାର କ୍ୟାବିନ ପୋଡି ପାଉଁଶ ହୋଇଯାଇଛି । ପାଉଁଶ ତଳୁ କାଳେ କିଛି ସାମଗ୍ରୀ  ସୁରକ୍ଷିତ ରହିଯାଇଥିବ ଖୋଜୁଛନ୍ତି ପୁନମ । ନିଜ ଭାତହାଣ୍ଡି ନଷ୍ଟ ହୋଇଯାଇଥିବା ସତ୍ୱେ ପୁନମ ପୋଲିସରେ ରିପୋର୍ଟ ଲେଖିବା ସହିତ ପରିବାର ମୁହଁରେ ଅନ୍ନ ମୁଠାଏ ଦେବା ପାଇଁ ପୁଣି ନିଜ ଅଂଟା ସଳଖୁଛନ୍ତି ।

ଅଧିକ ପଢ଼ନ୍ତୁ: ସୁଶୀଳାଙ୍କ ମଥାରେ ଛିଡ଼ିପଡ଼ିଛି ଆକାଶ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.