• Tuesday, April 15, 2025

ଭିନ୍ନ ଜଣେ ସୁପର ମମ

Subhadra Live:Indian-Super-MomRacheal-Kaur--flies-from-one-city-to-another-for-job-and-returns-home-to-her-kids-every-day

 ଘରୁ ଅଫିସ ଯିବା ଆସିବା ପାଇଁ କିଏ ବ୍ୟକ୍ତିଗତ ଗାଡି ବ୍ୟବହାର କରେ ତ କିଏ ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବାକୁ ପସନ୍ଦ କରିଥାଏ । କିନ୍ତୁ ଏଭଳି ଜଣେ ମହିଳା ଅଛନ୍ତି ଯିଏ ନିଜ ଘରୁ ଦୈନିକ ଅଫିସ ଯିବା ଆସିବା ପାଇଁ କରିଥାନ୍ତି ବିମାନର ବ୍ୟବହାର । ଏହି ମହିଳା ଜଣଙ୍କ ହେଉଛନ୍ତି ମାଲେସିୟାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରାଚେଲ କୌର । ରା଼ଚେଲ ମାଲେସିୟାର ପୋନାଙ୍ଗ ସହରରେ ନିଜର ଦୁଇସନ୍ତାନ ଓ ସ୍ବାମୀଙ୍କ ସହିତ ରହନ୍ତି । କୁଆଲାମପୁର ରେ ଥିବା ବିମାନ କମ୍ପାନୀ ଏୟାର ଏସିଆର ସେ ହେଉଛନ୍ତି ଅର୍ଥ ବିଭାଗର ସହକାରୀ ପରିଚାଳକ । ବିମାନ କମ୍ପାନୀରେ କାମ କରୁଥିବା ରା଼ଚେଲ ନିଜ ପରିବାର ଠାରୁ ୩୦୦  କିଲୋମିଟର ଦୂରରେ ରହି ଅଫିସ ଯିବା ଆସିବା କରିଥାନ୍ତି । ପୂର୍ବରୁ ସେ ଅଫିସ ନିକଟରେ ଭଡା ଘର ନେଇ ରହୁଥିଲେ । ଏଥିରେ ମାସିକ ୪୨ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ନିଜ ଘର ପୋନାଙ୍ଗ ସହରରେ ରହି କୁଆଲାମପୁର ଅଫିସ ଯିବାକୁ ସେ ବିମାନକୁ ମାଧ୍ୟମ କରିଛନ୍ତି । ବିମାନବନ୍ଦର କର୍ମଚାରୀ ହୋଇଥିବାରୁ ତାଙ୍କୁ ଭଡାରେ ରିହାତି ମିଳିଥାଏ । ବିଳାସ ପାଇଁ ନୁହଁ ବରଂ ପିଲାଙ୍କ ଦେଖାରଖା ପାଇଁ ତାଙ୍କୁ ଦୈନିକ ୬୦୦ କିଲୋମିଟର ବିମାନ ଯାତ୍ରା କରିବାକୁ ପଡିଥାଏ ।

୨୦୨୪ରୁ ଏମିତି ବିମାନରେ ଯାଆସ କରୁଥିବା ରାଚେଲଙ୍କର ଦୁଇଟି ପିଲା । ଜଣେ ୧୨ ବର୍ଷର ପୁଅ ଏବଂ ଅନ୍ୟଜଣେ ୧୧ ବର୍ଷର ଝିଅ । ପ୍ରତିଦିନ ଭୋର ୪ରେ ରା଼ଚେଲ ଶଯ୍ୟାତ୍ୟାଗ କରନ୍ତି । ୫.୫୫ ମିନିଟରେ ତାଙ୍କ ବିମାନ ଉଡାଣ ଭରେ । ୭.୪୫ ମିନିଟରେ ସେ ଅଫିସରେ ପହଂଚି ଯାଆନ୍ତି । ବିମାନ ବନ୍ଦର ଠାରୁ ଘର ଅଳ୍ପ ଦୂରରେ । ବିମାନ ଭଡା ବାବଦକୁ ସେ ୩୧୬ ଡଲାର ଖର୍ଚ୍ଚ କରିଥାନ୍ତି । ପରିବାର ଓ ପିଲାଙ୍କ ପାଇଁ ରା଼ଚେଲଙ୍କ ଏଭଳି ପରିଶ୍ରମ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ମାଲେସିୟା ମିଡ଼ିଆ ତାଙ୍କୁ ସୁପର ମମର ଆଖ୍ୟା ଦେଇଛି ।

ମାଙ୍କ ତ୍ୟାଗ ;ଝିଅର ସଫଳତା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.