• Saturday, September 21, 2024

ସାବତ ମା ଢାଳିଦେଲେ ଏସିଡ ;କିନ୍ତୁ ହାରି ନାହାନ୍ତି ରୁପା

Subhadra Live:Stepmother-poured-acid-but-Rupa-did-not-lose-hope
ଉତ୍ତର ପ୍ରଦେଶ:24/06/2023:

ରୁପାଙ୍କ ସାହସକୁ ଯେତେ ପ୍ରଶଂସା କଲେ ବି କମ ପଡିବ । ୨୦୦୮ ମସିହାରେ ତାଙ୍କର ସାବତ ମା ଶୋଇଥିବା ଅବସ୍ଥାରେ ତାଙ୍କ ମୁହଁକୁ ଢାଳି ଦେଇଥିଲେ ଏସିଡ । ଏସିଡର ଜ୍ବାଳାରେ ଚେହେରା ଜଳିଯାଇଥିବା ବେଳେ କ୍ଷଣିକ ଭିତରେ ବଦଳି ଯାଇଥିଲା ତାଙ୍କର ପୁରା ଜୀବନ । ୧୬ ଘଂଟାର ଅପେକ୍ଷା ପରେ ତାଙ୍କର ଆରମ୍ଭ ହୋଇଥିଲା ଚିକିତ୍ସା । ଯନ୍ତ୍ରଣା ସହିତ ସେ ଜୀବନ ପାଇଁ ବ୍ୟାକୁଳ ହେଉଥିବା ବେଳେ ସାବତ ମା ପହଂଚି ଫଳ ରସ ସହିତ ବିଷ ମିଶାଇ ପିଇଦେବାକୁ ବାଧ୍ୟ କରୁଥିଲେ । କିଛି ବି ଖାଇବା ଓ ପିଇବା ମନା ବୋଲି ସେଦିନ ନର୍ସଙ୍କ ତାଗିଦା ସିନା ରୁପାଙ୍କ ଜୀବନ ବଂଚାଇଦେଲା କିନ୍ତୁ ପରବର୍ତ୍ତୀ ସମୟରେ କମିନଥିଲା ତାଙ୍କ ପ୍ରତି ସାବତ ମା ଙ୍କ ଯାତନା ।

ୟୁପିର ମୁଜାଫରନଗର ବାସିନ୍ଦା ରୁପା । ନିଜର ସାନଭାଇକୁ ଜନ୍ମ ଦେଇ ଆଖି ବୁଜିଥିଲେ ମା । ରୁପାଙ୍କୁ ସେତେବେଳେ ୧୩ ବର୍ଷ । ନିଜର ପୁଅ ଝିଅ ଥିବା ସତ୍ୱେ ତାଙ୍କ ବାପା କରିଥିଲେ ଦ୍ୱିତୀୟ ବିବାହ । ପୁଅ ଏବଂ ଝିଅ ଥାଇ ବିବାହ କରୁଥିବା କଥା କନ୍ୟାପକ୍ଷଙ୍କୁ ଲୁଚାଯାଇଥିଲା । ଫଳରେ ତାଙ୍କର ସାବତ ମା ରୁପା ଓ ତାଙ୍କର ସାନଭାଇଙ୍କ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯ୍ୟାତନା । ରୁପାଙ୍କ ସ୍କୁଲ ଯିବା ବନ୍ଦ କରିଦିଆଯିବା ସହିତ କାଟି ଦିଆଯାଇଥିଲା ନାଁ । ଘରର ସବୁ କାମ କରିବାକୁ ଦିଆଯାଉଥିଲା । କୌଣସି କାରଣରୁ ଟିକିଏ ଭୁଲ ହେଲେ ମାଡ଼ ମାରୁଥିଲେ ସାବତ ମା ।୨୦୦୮ରେ ତାଙ୍କ ଜୀବନ ହଟାତ ବଦଳିଗଲା । ସେ ଶୋଇଥିବା ବେଳେ ତାଙ୍କ ମୁହଁ ଉପରକୁ ସାବତ ମା ଢ଼ାଲିଦେଇଥିଲେ ତରଳ ନିଆଁ । ପଡୋଶୀ ମାନେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ପହଂଚାଇଲେ । ୧୬ଟି ସର୍ଜରୀ ପରେ ସେ ଜୀବନ ଫେରି ପାଇଲେ । ଛାଵ ଫାଉଣ୍ଡେସନ ନାମକ ଏକ ସାମାଜିକ ସଂଗଠନ ତାଙ୍କୁ ରୋଜଗାର ,ଚିକିତ୍ସା ଏବଂ ଆଇନ ଗତ ସହାୟତା ଯୋଗାଇ ଦେଇଥିଲେ । ଏବେ ରୁପା ଏକ କାଫେରେ କାମ କରି ସ୍ୱାବଲମ୍ବୀ ହୋଇଥିବା ବେଳେ ଅନ୍ୟ ଏସିଡ ପୀଡିତାଙ୍କ ନ୍ୟାୟ ପାଇଁ ଶ୍ରମ ଓ ସମୟର ଦେଉଛନ୍ତି ସହଯୋଗ ।

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.