• Saturday, September 21, 2024

ଅଟୋ ଚଳାଇ ତିନି ଝିଅକୁ ମଣିଷ କରିଛନ୍ତି ଚେନ୍ନାଇର ମହିଳା ଡ୍ରାଇଭର ଏମ ପାର୍ବତୀ

Subhadra Live:m-parbati-drives-auto-rikshaw-to-earn-livelihood-in-chennai

ଚେନ୍ନାଇ:21/07/2023: ବିଗତ ୨୩ ବର୍ଷ ଧରି ଚେନ୍ନାଇର ସଡ଼କ ଉପରେ ସଂଘର୍ଷ କରୁଛନ୍ତି ୪୭ ବର୍ଷର ପାର୍ବତୀ । ଆଖପାଖର ଲୋକେ ପାର୍ବତୀଙ୍କୁ ଜଣେ ହୃଦୟବାନ ମହିଳା ଓ ସଫଳ ଅଟୋ ଡ୍ରାଇଭର ଭାବେ ଜାଣନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପାର୍ବତୀ ଅଟୋ ଚଳାଇ ନିଜର ତିନି ଝିଅକୁ ଉଚ୍ଚ ଶିକ୍ଷା ଦେବାରେ ସଫଳ ହୋଇଛନ୍ତି ।

ପ୍ରଥମରୁ ପାର୍ବତୀ ଅଟୋ ଡ୍ରାଇଭର ନଥିଲେ । ଥିଲେ ଜଣେ ସାଧାରଣ ଗୃହିଣୀ । ୧୮ବର୍ଷ ବୟସରେ ତାଙ୍କର ବିବାହ କରିଦିଆଯାଇଥିଲା । ବିବାହର ୫ ବର୍ଷ ମଧ୍ୟରେ କୋଳକୁ ଆସିଥିଲେ ୩ ଝିଅ । ତିନୋଟି ଝିଅ ଜନ୍ମ କରିଥିବାରୁ ପତ୍ନୀଙ୍କୁ ଦୋଷ ଦେଇ ଛାଡି ଚାଲିଯାଇଥିଲେ ସ୍ୱାମୀ । ଏଭଳି ଦୁଃଖ ସମୟରେ ସେ ତିନୋଟି ଝିଅଙ୍କୁ ପାଳିବା ପାଇଁ ପିଲାଦିନୁ ଶିଖିଥିବା ଟେଲରିଂକୁ ସାହାରା କଲେ । ସେଥିରୁ ମିଳୁଥିବା ରୋଜଗାରରେ ଝିଅ ମାନଙ୍କ ଖାଦ୍ୟ ସିନା ହୋଇଯାଉଥିଲା ହେଲେ ପୋଷାକ ଓ ପଢ଼ାଖର୍ଚ୍ଚ ପାଇଁ କିଛିବି ବଂଚୁନଥିଲା । ଶେଷରେ ସେ ତାମିଲନାଡୁ ମହିଳା ବିକାଶ ନିଗମରେ ଦକ୍ଷତା ତାଲିମ ପାଇଁ ମନୋନୀତ ହୋଇ ଅନ୍ୟ ୧୯ଜଣ ମହିଳାଙ୍କ ସହିତ ମିଶି ଅଟୋ ଡ୍ରାଇଭିଙ୍ଗ ଶିଖିଲେ । ତାଲିମ ପରେ ପାରିବାରିକ ସମର୍ଥନ ନ ମିଳିବାରୁ ୧୮ ପ୍ରଶିକ୍ଷିତ ମହିଳା ବୃତ୍ତିରେ ପ୍ରବେଶ କରିନଥିଲେ । କିନ୍ତୁ ପାର୍ବତୀ ପାଲଟିଗଲେ ଟେଲର ମାଷ୍ଟରରୁ ପେଷାଦାର ଅଟୋ ଡ୍ରାଇଭର ।  ଏବେ ପାର୍ବତୀଙ୍କୁ ୪୭ବର୍ଷ । ବିଗତ ୨୩ ବର୍ଷ ଧରି ଅଟୋ ଚଳାଇ ସେଥିରୁ ସେ ପରିବାର ଚଳାଇଛନ୍ତି ଏବଂ ତିନି ଝିଅଙ୍କୁ ଉଚ୍ଚ ଶିକ୍ଷା ଦେଇ ମଣିଷ କରାଇଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.