• Friday, November 15, 2024

୭୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ ,ପାଇଲେ ସଫଳତା

Subhadra Live:Chandraprabha-Parihar-from-Mumbai-starts-a-crochet-business-at-the-age-of-70

 କିଏବା ନ ଚାହିଁବ ନିଜ ଗୋଡ଼ରେ ଛିଡା ହେବା ପାଇଁ । ନିଜେ ରୋଜଗାର କରିବା ପାଇଁ । କିନ୍ତୁ ଏ କଥାଟି କହିବା ଯେତେ ସହଜ କରିବା ସେତେ ସହଜ ନୁହଁ । ଯଦି ମୋର ବୋହୁ ମୋତେ ସହଯୋଗ କରିନଥାନ୍ତା ତେବେ ଆଜି ମୁଁ ଏଠାରେ ହୁଏତ ପହଂଚିବା ସମ୍ଭବ ହୋଇନଥାନ୍ତା । ୭୦ ବର୍ଷ ବୟସରେ ନିଜର ବ୍ୟବସାୟ ଆରମ୍ଭ କରି ସଫଳତା ପାଇଥିବା ମୁମ୍ବାଇର ଚନ୍ଦ୍ରପ୍ରଭା ପରିହାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ପିଲାଟି ଦିନରୁ ଚନ୍ଦ୍ରପ୍ରଭାଙ୍କ ରହି ଆସିଛି ସିଲେଇ ଓ ବୁଣାବୁଣିରେ ଆଗ୍ରହ । ୨୦ ବର୍ଷ ତଳେ ସେ ଏହି ବିଷୟରେ ଡିପ୍ଲୋମା କରିଛନ୍ତି । କିନ୍ତୁ ହସ୍ତକଳାକୁ ନେଇ ଯେ ଭଲ ବ୍ୟବସାୟ ହୋଇପାରିବ ଏହା ତାଙ୍କ ଧାରଣାର ବାହାରେ ଥିଲା । ସୁତା ,ରେଶମ ,ଝୋଟ ଓ ଅନ୍ୟାନ୍ୟ ତନ୍ତୁଜ ଦ୍ରବ୍ୟର ବ୍ୟବହାରରେ ସେ ବିଭିନ୍ନ ଘରସଜ୍ଜା ସାମଗ୍ରୀ ତିଆରି କରି ସମ୍ପର୍କୀୟ ମାନଙ୍କୁ ଉପହାର ଦେଉଥିଲେ । ବିନିମୟରେ ଟିକେ ପ୍ରସଂଶା ମିଳିଲେ ଖୁସି ହୋଇଯାଉଥିଲେ ଚନ୍ଦ୍ରପ୍ରଭା । ପରିଣତ ବୟସରେ ପହଁଚିଥିବା ଚନ୍ଦ୍ରପ୍ରଭା ଘର କାମରୁ ଫୁରୁସତ ପାଇଲା ପରେ ଅଧିକ ସମୟ ବୁଣାବୁଣିରେ ମନଦେଲେ । ତାଙ୍କର ବୋହୁ ସ୍ୱାତୀ ଶାଶୁଙ୍କୁ ଏହାର ବ୍ୟବସାୟ ପାଇଁ କହିଲେ । ବୋହୁ ଠାରୁ ପ୍ରେରଣା ପାଇ ଚନ୍ଦ୍ରପ୍ରଭା ଅଧିକ ରୁ ଅଧିକ ଉପକରଣ ମଗାଇ ବ୍ୟାଗ ,ଟେବୁଲ କ୍ଳଥ ,ଫୁଲଦାନୀ ,ସୋଫା କଭର ,ଲ୍ୟାମ୍ପ କଭର ,ରାକ୍ଷୀ ,ସ୍ଵେଟର ,ଶାଢୀରେ ଡିଜାଇନ ଆଦି ପ୍ରସ୍ତୁତ କଲେ । ଏସବୁ ଉତ୍ପାଦ ବଜାରରେ ପହଂଚିବା ପୂର୍ବରୁ ଏହାର ବ୍ରାଣ୍ଡ ରଖାଗଲା ନେହର । ଆଜି ମୁମ୍ବାଇ ଓ ମୁମ୍ବାଇ  ବାହାରେ ନେହର ବ୍ରାଣ୍ଡର ସୁନାମ ରହିଛି । ୭୦ ବର୍ଷ ବୟସରେ ବେଶ ସକ୍ରିୟ ରହି ବ୍ୟବସାୟକୁ ଆଗକୁ ନେଉଛନ୍ତି ଚନ୍ଦ୍ରପ୍ରଭା । ବୋହୁ ସ୍ୱାତୀ ମଧ୍ୟ ଅନଲାଇନ ବିକ୍ରିବଟାରେ ଶାଶୁଙ୍କ ସହ ମିଶାଇଛନ୍ତି ହାତ ।

ସ୍କୁଲ ଯାଇନାହାନ୍ତି କିନ୍ତୁ ଚାଷରୁ କରୁଛନ୍ତି ବାର୍ଷିକ ୩୦ ଲକ୍ଷ ଆୟ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.