• Saturday, April 4, 2026

ରାକ୍ଷୀ ଦେଖାଇଛି ରୋଜଗାରର ରାସ୍ତା

Subhadra Live:The-Rakhi-making-has-shown-the-way-of-earning

 ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପଂଚାୟତ ଟାଙ୍ଗିସାହିରେ ଗଠିତ  ମା ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟ ବିଗତ ୪ ମାସ ହେଲା ଦିନକୁ ୩ ଘଣ୍ଟା ଲେଖାଏଁ ସମୟ ଦେଇ ତିଆରି କରିଛନ୍ତି ୫୦ ହଜାରରୁ ଅଧିକ ରାକ୍ଷୀ। ଏଥିରୁ ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନେଇ ରଖିଛନ୍ତି ଆଶା । ଘର କାମ ସରିବା ପରେ  ଏହି ଗୋଷ୍ଠୀର ସଦସ୍ୟା ମାନେ ରାକ୍ଷୀ ତିଆରିରେ ଦେଇଛନ୍ତି ମନୋଯୋଗ । ରାକ୍ଷୀ ପୁର୍ଣିମା ପୂର୍ବରୁ ୫୦ ହଜାରରୁ ଅଧିକ ରାକ୍ଷୀ ତିଆରି ପାଇଁ କରାଯାଇଛି ଯୋଜନା । ଏହାକୁ ଦୃଷ୍ଟିରେ ରଖି ଦୈନିକ ସେମାନେ ୩ ଘଣ୍ଟା ପାଇଁ ଏକାଠି ହେଉଛନ୍ତି । ପରସ୍ପରକୁ ସହଯୋଗ କରି କରୁଛନ୍ତି କାମ । କଟକ ,ଭୁବନେଶ୍ୱରରୁ କଞ୍ଚାମାଲ କିଣିଆଣି ଆକର୍ଷଣୀୟ ରାକ୍ଷୀ ତିଆରି,ପ୍ୟାକିଂ ଓ ବଜାର ପ୍ରବେଶ ଦିଗରେ  ଦିଆଯାଉଛି ଧ୍ୟାନ । ୨ ମାସର ତାଲିମ ନେବା ପରେ ସେମାନେ ରାକ୍ଷୀ ତିଆରିରେ ପାରଙ୍ଗମ ହୋଇପାରିଛନ୍ତି । ଘରେ ବେକାରରେ ବସି ରହିବା ଅପେକ୍ଷା କିଛିଟା ରୋଜଗାର କରିବା ଭଲ ବୋଲି କହିଛନ୍ତି ଏଭଳି କାମରେ ନିୟୋଜିତ ମହିଳା ।

ଝଲସି ଉଠିଛି ରଙ୍ଗବେରଙ୍ଗର ଭଳିକି ଭଳି ରାକ୍ଷୀ । ମା ବୃନ୍ଦାବତୀ ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଏସବୁକୁ  ଆକର୍ଷଣୀୟ ଭାବେ  ତିଆରି କରିବା ସହିତ ପ୍ୟାକ କରୁଛନ୍ତି । ଧାନ,କଉଡ଼ି,କାଇଁଚ ,ମାଳି ,ଚୁମ୍ୱକୀ ଅଠା ଓ ରେଶମୀ ସୁତାରେ ତିଆରି ଏସବୁ ରାକ୍ଷୀ ପାଇଁ ପୂର୍ବରୁ ଅର୍ଡର ମିଳିଛି । ଜଗନ୍ନାଥ ରାକ୍ଷୀ ଓ ଧାନ ରାକ୍ଷୀର ଅଧିକ ଚାହିଦା ଥିବାରୁ ସେସବୁ ରାକ୍ଷୀ ବେଶୀ ପରିମାଣରେ ତିଆରି ହୋଇଛି । ଅନିମା ସାମନ୍ତରାୟଙ୍କ ଠାରୁ ରାକ୍ଷୀ ତିଆରି ଶିଖି ଆତ୍ମନିର୍ଭରର ପ୍ରୟାସ କରୁଛୁ ବୋଲି ଦଳର ସଭ୍ୟା କହିଥିବା ବେଳେ ଅନିମା କହନ୍ତି ମୁଁ ଏହାକୁ ୟୁଟ୍ୟୁବରୁ ଶିଖି ଅନ୍ୟକୁ ଶିଖାଇଛି । ଧାନ ଓ  ଜଗନ୍ନାଥ ରାକ୍ଷୀର ଅଧିକ ଚାହିଦା ଅଛି । ୟୁଟ୍ୟୁବରୁ ହାସଲ କରାଯାଇଥିବା ଜ୍ଞାନକୁ ବ୍ୟବହାର କରି ଗ୍ରାମୀଣ ମହିଳାଙ୍କ ଏହି ରୋଜଗାର ଯାତ୍ରା ଅନ୍ୟଙ୍କ ପାଇଁ ଯୋଗାଇଛି ପ୍ରେରଣା

ଅଧିକ ପଢନ୍ତୁ: 

ଉସୁଲୁମାରୁ ଗାଁ :ମହିଳାଙ୍କ ଉଦ୍ୟମରୁ ପାଲଟିଛି ଆଚାର ଶିଳ୍ପର ହବ

ନିଆରା ଏକ ନୀରବ ବିଳ୍ପବ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.