• Saturday, September 21, 2024

ବୁଲି ଆସନ୍ତୁ ସିକିମ

Subhadra Live:Best-Tourist-Place-In-Sikkim
Subhadra: 19/01/2023

 ସିକିମ୍‌ ଭାରତର ଏକ ଆକର୍ଷଣୀୟ ରାଜ୍ୟ, ଯାହାର ଅପୂର୍ବ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ । ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍‌ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ ରାଜ୍ୟ; ଯାହା ଆକର୍ଷଣୀୟ ନଦୀ, ପାହାଡ଼, ଝରଣା, ହ୍ରଦ, ପ୍ରାଚୀନ ମଠ, ଅର୍କିଡ୍‌ ନର୍ସରୀ ତଥା ଆଶ୍ଚର୍ଯ୍ୟଜନକ ଟ୍ରେକିଂ ମାର୍ଗ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି । ଖାସ୍‌ ସେଥିପାଇଁ ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ ।

ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ସେଗୁଡ଼ିକ ମଧ୍ୟରୁ  ପ୍ରମୁଖ ସ୍ଥାନ ଗୁଡିକ ହେଲା- ସୋମ୍‌ଗୋ ହ୍ରଦ, ନଥୁଲା ପାସ୍‌, ଡିୟର୍‌ ପାର୍କ, ରୁମ୍‌ଟେକ୍‌ ମଠ ଇତ୍ୟାଦି। ଏତଦ୍‌ବ୍ୟତୀତ ମହାନ୍‌ ସାଧୁ ଗୁରୁ ପଦ୍ମସମ୍ଭବଙ୍କ ସବୁଠାରୁ ଉଚ୍ଚମୂର୍ତ୍ତି ବି ଏହିଠାରେ ଦେଖିବାକୁ ମିଳିଥାଏ । ତେବେ ସିକିମ୍‌ର ରାଜଧାନୀ ଗାଙ୍ଗଟକ୍‌ରେ  ପର୍ଯ୍ୟଟକଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ଖାସ୍‌ କରି ଗାଙ୍ଗଟକ୍‌ରେ ଥିବା ଲାଲ୍‌ ବଜାର ନାମକ ଏକ ବଜାରରେ ପର୍ଯ୍ୟଟକ ବୁଲିବା ସହ ନିଜର ପ୍ରିୟଜନଙ୍କ ପାଇଁ ବହୁତ କିଛି ଉପହାର ବେଶ୍‌ ସୁଲଭ ଦରରେ କିଣି ଆଣିପାରିବେ । ତା’ଛଡ଼ା ସିକିମ୍‌ରେ ପ୍ରାୟ ପାଞ୍ଚ ହଜାର ପ୍ରଜାତିର ଫୁଲଗଛ ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ପ୍ରାୟ ୫୧୫ ପ୍ରକାର ହେଉଛି ଭିନ୍ନ ଭିନ୍ନ ପ୍ରଜାତିର ଅର୍କିଡ୍‌ । ଏସବୁ ବ୍ୟତୀତ ଅନେକ ପାହାଡ଼, ଝରଣା, ହ୍ରଦ, ନଦୀ ତଥା ଠାଏଠାଏ ଥିବା ଅର୍କିଡ ଗାର୍ଡେନ୍‌ ମଧ୍ୟ ପର୍ଯ୍ୟଟକ ବୁଲି ଦେଖିପାରିବେ । ଟ୍ରେନ ,ବସ ଓ ବିମାନ ଯୋଗେ ଆସିହେବ ସିକିମ । ଦୁଃସାହସିକ କ୍ରୀଡା ,ଟ୍ରେକିଙ୍ଗ ସହିତ ଭରପୁର ପ୍ରାକୃତିକ ଶୋଭା ସୁଷମା ଏଠାରେ ଦେଖିବାକୁ ମିଳୁଥିବାରୁ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି ସିକିମ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.