• Saturday, September 21, 2024

ହାରିନାହାନ୍ତି ୬ ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମାନସୀ

Subhadra Live:Manasi-Bariha-a-synonym-for-bravery

ଜୀବନ ଯୁଦ୍ଧରେ ହାରି ନାହାନ୍ତି ବଲାଙ୍ଗୀର ଜିଲ୍ଲା ଖ୍ରପାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା । ୨୦୨୦ ମସିହା କରୋନା କାଳରେ ଅତ୍ୟନ୍ତ ସାହାସୀକତାର ପରିଚୟ ଦେଇ ଦେଶବ୍ୟାପୀ ପ୍ରସଂଶା ସାଉଁଟିଥିଲେ ମାନସୀ ।  ସାହସୀ ଯୁବତୀ ଭାବରେ  ବିଭିନ୍ନ ଟିଭି ଓ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ । ନିଜ ପିତା  ଟିକୁନୁ ବରିହା ଓ ସାନ ଭଉଣୀ ଦହନା (୧୪) ସହିତ ତାମିଲନାଡ଼ୁ ପୁଡ଼ୁକପମର  ଇଟା ଭାଟିରେ କାମ କରିବାକୁ ଯାଇଥିବା ମାନସୀ, ପରବର୍ତ୍ତୀ ସମୟରେ ଇଟା ଭାଟିର ମାଲିକ ମୁଡ୍ଡୁ ସ୍ବାମୀ ଓ ତାଙ୍କ ସହଯୋଗୀ ଗୁଣ୍ଡାଙ୍କ ଦ୍ୱାରା ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ । ମାଲିକ ପାରିଶ୍ରମିକ ଦେବା ତ ଦୁରକଥା ଓଲଟି ସେମାନଙ୍କୁ ଗାଁକୁ ଫେରିବାକୁ ଦେଉନଥିଲା । ସେମାନେ ପ୍ରବାସରେ ଏକ ପ୍ରକାର ବନ୍ଦୀ ଜୀବନ ଜିଉଁଥିଲେ । କେବଳ ମାନସୀଙ୍କ ପରିବାର ଏକା ନୁହଁ ଆଖପାଖର ୨୫ଟି ଇଟା ଭାଟିରେ ୬୭୫୦ ଓଡ଼ିଆ ଶ୍ରମିକ ନିର୍ଯ୍ୟାତିତ ହେଉଥିବା ମାନସୀ ଜାଣିବା ପରେ ସାହସର ସହିତ ସେ ନିଜ ମୋବାଇଲିରେ ମାଲିକର ନିର୍ଯ୍ୟାତନାର ଚିତ୍ରକୁ ଭିଡିଓ କରି ଓଡ଼ିଶାର ସରକାରୀ ଅଧିକାରୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ନିକଟକୁ ପଠାଇଲେ । ମାନସୀଙ୍କ ଦ୍ୱାରା ପ୍ରେରିତ ଏହି ଭିଡିଓ ଆଧାରରେ ପ୍ରଶାସନ ତତ୍ପର ହେଲା । ଆରମ୍ଭ ହେଲା ଇଟା ଭାଟିରେ ଚଢ଼ାଉ । ଶେଷରେ ଉତ୍ପୀଡ଼ନ କରୁଥିବା  ମାଲିକକୁ ଗିରଫ କରାଯିବା ସହିତ ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ମୁକ୍ତ କରାଗଲା ।

ମାନସୀଙ୍କ ମା ଯେତେବେଳେ ଅସୁସ୍ଥ ଥିଲେ ତାଙ୍କର ଚିକିତ୍ସା ପାଇଁ ବାପା ସାହୁକାର ଠାରୁ କରଜ କରିଥିଲେ ୫୦ ହଜାର ଟଙ୍କା । ଅଧା ଟଙ୍କା ପରିଶୋଧ ହୋଇଥିବା ବେଳେ ମାଙ୍କ ମୃତ୍ୟୁ ଘଟିଲା । ସାହୁକାର ଠାରୁ ଆଣିଥିବା ଟଙ୍କା ଫେରସ୍ତର ଚାପ ଯୋଗୁଁ ମାନସୀ ତାଙ୍କ ବାପା ଓ ସାନ ଭଉଣୀ ତାମିଲନାଡୁର ଇଟା ଭାଟିରେ କାମ କରିବାକୁ ଗଲେ ଓ ମାଲିକର ଆକ୍ରୋଶର ଶିକାର ହେଲେ । ପରେ ମାନସୀଙ୍କ ସାହସ ଓ ପ୍ରୟାସ ଫଳରେ ୬୭୫୦ ଶ୍ରମିକ ମୁକୁଳି ଓଡିଶା ଫେରିଲେ । ସାରା ରାଜ୍ୟରୁ ମାନସୀଙ୍କ ଏଭଳି ସାହସକୁ ପ୍ରସଂଶା କରାଗଲା । କିନ୍ତୁ ବଦଳିଲା ନାହିଁ ମାନସୀ ବରିହାଙ୍କ ଭାଗ୍ୟ । ଆବଶ୍ୟକୀୟ ଥଇଥାନ କରାଯିବା ବଦଳରେ ଯେଉଁ ଫୁଲତୋଡ଼ା ଓ ଉପଢୌକନ ଦିଆଗଲା ତାହା ତାଙ୍କର ଆର୍ଥିକ ଦୁଃଖକୁ ପରିବର୍ତ୍ତନ କରିପାରିଲା ନାହିଁ । ଏବେ ବି ଜୀବନ ଯୁଦ୍ଧ ଲଢ଼ୁଛନ୍ତି ମାନସୀ ।

ଆଗକୁ ପଢନ୍ତୁ: ଜୀବନ ସଂଘର୍ଷରେ ନାଗବାଲ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.