• Saturday, September 21, 2024

ସାବାସ ସୋନାଲି

Subhadra Live:Odisha-cadet-Sonali-Sahoo-lead-in-NCC-girls-contingent-in-Republic-day-Parade-at-delhi
ନୂଆଦିଲ୍ଲୀ:28/01/2023:

ରାଜ୍ୟ ପାଇଁ ଗୌରବ ପାଲଟିଛନ୍ତି ସୋନାଲି । ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ ସର୍ବଭାରତୀୟ ସ୍ତରରେ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେଇ ସାଧାରଣ ତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ପରେଡରେ କମାଣ୍ଡିଙ୍ଗ ଦାୟିତ୍ୱ ନିର୍ବାହ କରି ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛନ୍ତି । ସୋନାଲୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ରାଜ୍ୟର ୧୪୮ ଜଣିଆ ବାଳିକା କଣ୍ଟିଜେଣ୍ଟ ଯେତେବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅଗ୍ରସର ହେଉଥିଲେ ଠିକ ସେତିକି ବେଳେ ଦେଶବାସୀ ଦେଖୁଥିଲେ ନାରୀ ଶକ୍ତିର ଝଲକ । ସାଧାରଣତନ୍ତ୍ର ଦିବସ ପରେଡରେ ରେଜିମେଣ୍ଟର ନେତୃତ୍ୱ ନେବା କେବଳ ତାଙ୍କର ସ୍ୱପ୍ନକୁ ସାକାର କରିନି ବରଂ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି । ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାଇକୋଲୋଜି ଅନର୍ସ ନେଇ ଅଧ୍ୟୟନ କରୁଥିବା ସୋନାଲୀଙ୍କ ଘର ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ । ପିଲାଟି ଦିନରୁ ଭାରତୀୟ ସେନାନୀଙ୍କ ବୀରତ୍ୱ ପ୍ରତି ସମ୍ମାନ ପ୍ରଦର୍ଶିତ କରି ଆସୁଥିବା ସୋନାଲି ଭବିଷ୍ୟତରେ ଦେଶର ସୁରକ୍ଷା ଦିଗରେ କାମ କରିବାର ଆଗ୍ରହ ରଖିଛନ୍ତି । ଭଲ ପଢିବା ସହିତ କ୍ରୀଡା ଓ ସମର ଶିକ୍ଷା ପ୍ରତି ରହିଛି ତାଙ୍କର ରୁଚି । ଛୋଟ ସହରର ଜଣେ କଲେଜ ଛାତ୍ରୀ ଦେଶବାସୀଙ୍କ ସାମ୍ନାରେ ଏନ ସି ସି ରେଜିମେଣ୍ଟର ନେତୃତ୍ୱ ନେଇ ପରେଡରେ ପ୍ରତିନିଧିତ୍ବ କରିବା ନିଶ୍ଚିତ ରୂପେ ତାଙ୍କ ଆଗାମୀ କାଲିର ସ୍ୱପ୍ନକୁ ପୁରା କରିବ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.