• Friday, January 31, 2025

ଓଡ଼ିଶାରେ କାହିଁକି କମୁଛନ୍ତି ଝିଅ

Subhadra Live:Why-girl-child-number-is-declining-in-Odisha

 ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ କନ୍ୟା ସନ୍ତାନ ଦିବସ । କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଦେଶ ପାଳୁଛି ଏହି ଦିବସ । ଦେଶର କେତେକ ସ୍ଥାନରେ ଜାନୁଆରୀ ୨୩ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ଯାଏଁ କନ୍ୟା ସନ୍ତାନଙ୍କ ପାଇଁ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । କନ୍ୟାଙ୍କ ପାଇଁ କାର୍ଯ୍ୟକ୍ରମ କେବଳ ଇଭେଣ୍ଟରେ ସୀମିତ ନୁହଁ ଆମ ଦେଶର ସମ୍ବିଧାନ ତାର ଅନୁଛେଦ ୧୪,୧୫ ଓ ୨୧ରେ ମହିଳାଙ୍କ ସୁରକ୍ଷା ,ବିଭେଦ ମୁକ୍ତ ଜୀବନ ଓ ଜୀବନ ଧାରଣର ଅଧିକାରକୁ ନିଶ୍ଚିତତା କରିଛି । ଲିଙ୍ଗଗତ ସମାନତା ପାଇଁ ରାଜ୍ୟ ଓ କେନ୍ଦ୍ରରେ ଅନେକ ଯୋଜନା କାର୍ଯ୍ୟକ୍ରମ ଓ ଆଇନର ପ୍ରାବଧାନ କରାଯାଇଛି । ଝିଅ ହେଲେ ପାଠୋଈ ଦେଶ ଯିବ ଆଗେଇ ସ୍ଲୋଗାନ ଦେଇ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ନିଶ୍ଚିତତା ପାଇଁ ମାଗଣାରେ ସାର୍ବଜନୀନ ଶିକ୍ଷା ,ମାଗଣା ପୋଷାକ ସାଙ୍ଗକୁ ମାଗଣା ପାଠ୍ୟପୁସ୍ତକ ଓ ସାଇକେଲ ଯୋଗାଣ ଯୋଜନା ହୋଇଛି । ବେଟି ବଚାଓ ,ବେଟି ପଢ଼ାଓକୁ ମୁଖ୍ୟ ଧାରାକୁ ଆଣିଛନ୍ତି ସରକାର । କିନ୍ତୁ ଏବେ ବି ଲିଙ୍ଗଗତ ହାର ହ୍ରାସ ପାଉଛି । ଗୁଜରାଟ, ୟୁପି, ହରିୟାଣାରେ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ଜନ୍ମିତ ପୁଅ ସଂଖ୍ୟା ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ରାଜ୍ୟରେ ଜନ୍ମିତ ପ୍ରତି  ୧  ହଜାର   ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୬୨୫ ରେ ସୀମିତ ରହିଛି । ସହରାଞ୍ଚଳରେ ଏ ଚିତ୍ର ଆହୁରି ଚିନ୍ତାଜନକ । ସହରାଞ୍ଚଳରେ ୧୦୦୦  ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ମାତ୍ର ୯୦୭ ଥିବା ଜଣାଯାଇଛି । ଲିଙ୍ଗଗତ ବିଭେଦ ,ଘରୋଇ ହିଂସା ,କମ ବୟସରେ ବିବାହ ,ଯୌନ ହିଂସା ,ଡ୍ରପ ଆଉଟ ସଂଖ୍ୟାରେ ବୃଦ୍ଧି ,ଦାରିଦ୍ରତା ଓ ସାମାଜିକ ,ସାଂସ୍କୃତିକ ଅନ୍ୟାନ୍ୟ କାରଣରୁ ଏବେ ବି ସମାଜରେ ଲୋକେ ଝିଅ ଅପେକ୍ଷା ପୁଅ ସନ୍ତାନକୁ ଖୋଜୁଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.