• Thursday, January 23, 2025

ଖରାପ ଇଁରାଜୀ କହୁଥିବାରୁ ହେଉଥିଲେ ଲୋକହସା ,ଆଇ ଏ ଏସ ହୋଇ ଦେଖାଇଲେ ପ୍ରତିଭା

Subhadra Live:IAS-officer-Surabhi-Gautam-who-overcame-all-odds-to-secure-AIR-50-in-UPSC-exams

ସିଭିଲ ସର୍ଭିସ  ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ଦିନରାତି ଚେଷ୍ଟା କରନ୍ତି ।  ଏହା ପରେ ମଧ୍ୟ ଅନେକ ଲୋକ ହୋଇଥାନ୍ତି । ୟୁପିଏସସି ପରୀକ୍ଷାରେ ପ୍ରାର୍ଥୀମାନଙ୍କର ଭିନ୍ନ  ଭିନ୍ନ ରଣନୀତି ରହିଥାଏ ।  ବହୁତ କମ୍ ଅଛନ୍ତି ଯେଉଁମାନଙ୍କର  ରଣନୀତି ସେମାନଙ୍କୁ ପ୍ରଥମ ପ୍ରୟାସରେ ସଫଳତାର ସ୍ୱାଦ ଦେଇଥାଏ । ସୁରଭି ଗୌତମ  ଏମାନଙ୍କ  ମଧ୍ୟରୁ ଅନ୍ୟତମ । ଏବେ ସେ ଜଣେ ଆଇଏଏସ୍ ଅଧିକାରୀ ।  ସେ ତାଙ୍କ ସାମର୍ଥ୍ୟ ଅନୁଯାୟୀ ଟାର୍ଗେଟ୍ ସ୍ଥିର କରିଥିଲେ । ତା’ପରେ ସେ ନିଜର  ପ୍ରଥମ ପ୍ରୟାସରେ ଆଇ ଏ ଏସ  ହୋଇ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଗଲେ ।

ସୁରଭି ଗୌତମ ମଧ୍ୟପ୍ରଦେଶରଏକ ଛୋଟ ଗାଁରୁ ଆସିଛନ୍ତି । ପିଲାଦିନରୁ ସେ ଅଧ୍ୟୟନରେ ବହୁତ ରୁଚି ରଖିଥିଲେ । କିନ୍ତୁ ତାଙ୍କର ଇଁରାଜୀ କହିବାରେ ରହୁଥିଲା ତ୍ରୁଟି । ପ୍ରାଥମିକ ବିଦ୍ୟାଳୟ ସମୟରୁ ସେ ନିଜ ଶ୍ରେଣୀରେ ଶୀର୍ଷରେ ରହିଆସୁଥିଲେ। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିନା କୋଚିଂରେ ସେ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଥିଲେ । ତାଙ୍କ ପିତା ସିଭିଲ କୋର୍ଟରେ ଜଣେ ଓକିଲ ଥିବା ବେଳେ ମା ଥିଲେ ଜଣେ ଶିକ୍ଷକ । ଯୁକ୍ତ ଦୁଇ ସମାପ୍ତ କରିବା ପରେ ସୁରବି ରାଜ୍ୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ତାଙ୍କ ଗାଁର ପ୍ରଥମ ଝିଅ ଭାବେ  ଉଚ୍ଚଶିକ୍ଷା ପାଇଁ ସହରକୁ ଆସିଥିଲେ । ସୁରଭି ଭୋପାଳରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି କମ୍ୟୁନିକେସନ ଇଞ୍ଜିନିୟରିଂରେ ୟୁନିଭର୍ସିଟି ଟପ୍ପର ହୋଇଥିଲେ । ତାଙ୍କ ପ୍ରଦର୍ଶନ ପାଇଁ ସେ ଏକ ସ୍ୱର୍ଣ୍ଣ ପଦକ ପାଇଥିଲେ ।

ୟୁନିଭରସିଟି ଟପ୍ପର ତଥା ସ୍ୱର୍ଣ୍ଣ ପଦକ ବିଜେତା ସୁରଭି ଗୌତମ  UPSC ସିଭିଲ ସର୍ଭିସ ପାଇବା ପୂର୍ବରୁ ଅନେକ ପରୀକ୍ଷାରେ ସଫଳତା ପାଇଥିଲେ । ସେ ଗୋଟିଏ ବର୍ଷ ପାଇଁ  BARC ରେ ଆଣବିକ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଥିଲେ । ସେ GATE, ISRO, SAIL, MPPSC PCS, SSC CGL, ଦିଲ୍ଲୀ ପୋଲିସ୍ ଏବଂ ଏଫସିଆଇ ଭଳି ପରୀକ୍ଷାରେ ସଫଳତା ପାଇ ଏକାଧିକବାର ନିଜର ମେଧା ପ୍ରଦର୍ଶିତ କରିଥିଲେ । କେବଳ ଏତିକି ନୁହେଁ, 2013 ରେ ଅନୁଷ୍ଠିତ IES ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ତଥାପି ଗାଁ ପରିବେଶରେ ବଢ଼ିଥିବାରୁ ଇଁରାଜୀ କହିବା ତାଙ୍କର ଶୁଦ୍ଧ ନଥିଲା । ସଠିକ୍ ଭାବରେ ଇଂରାଜୀ କହିପାରୁ ନ ଥିବାରୁ ତାଙ୍କୁ ଶ୍ରେଣୀରେ ଅନେକ ଥର ଥଟ୍ଟା ପରିହାସର ସାମ୍ନା କରିବାକୁ ପଡୁଥିଲା । ତଥାପି ସେ ସ୍ଥିର ଭାବେ ତ୍ରୁଟି ସଜାଡ଼ିବା ଦିଗରେ ଲାଗିଥିଲେ । ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବା ପାଇଁ ସେ ପ୍ରତିଦିନ 10 ଟି ନୂତନ ଇଂରାଜୀ ଶବ୍ଦ ଶିଖିବାକୁ ସ୍ଥିର କଲେ ଓ ସଫଳ ହେଲେ । ୨୦୧୬ରେ ସେ ଅନ୍ତିମ ଆହ୍ବାନର ସମ୍ମୁଖୀନ ହୋଇଥିଲେ । ସେହିବର୍ଷ ୟୁପିଏସସି ପରୀକ୍ଷା ଦେଇ ସେ ପ୍ରଥମ ପ୍ରୟାସରେ ସର୍ବଭାରତୀୟ ସ୍ତରରେ  ୫୦ତମ ସ୍ଥାନ  ହାସଲ କରିଥିଲେ । ଜନସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜରେ ସକରାତ୍ମକ ପ୍ରଭାବ ପକାଇବାକୁ ଆଗ୍ରହ ହଜାର ହଜାର ପ୍ରାର୍ଥୀଙ୍କୁ ପ୍ରେରଣା ଯୋଗାଇଥାଏ ।

TAGS

IAS
Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.