• Sunday, September 22, 2024

କୋରାପୁଟ ଝିଅ ପାଇଲେ ହୋଟେଲ ତାଜରେ ଚାକିରୀ

Subhadra Live:Koraput-Girl-Gets-Job-in-Taj-Hotel
କୋରାପୁଟ

30.09.2023- କୋରାପୁଟର ଦୁର୍ଗମ ଅଂଚଳ ମଧ୍ୟରୁ କୁନ୍ଦ୍ରା ବ୍ଲକ ଅନ୍ୟତମ । ଶିକ୍ଷା ,ସ୍ୱାସ୍ଥ୍ୟ ଗମନାଗମନର ବିପର୍ଯ୍ୟସ୍ତତା ଭିତରେ ଥିବା ଏହି ବ୍ଲକ କୋରାପୁଟର ଏକ ପଛୁଆ ଅଂଚଳ ଭାବେ ଅପଖ୍ୟାତି ଅର୍ଜିଛି । କିନ୍ତୁ ନିକଟରେ ଏହି ବ୍ଲକର ଜଣେ ଯୁବତୀ ଶିବାନୀ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ସଫଳତାର ସହିତ ପ୍ରଶିକ୍ଷିତ ହେବା ପରେ ନିଜ ଭାଗ୍ୟ ସହିତ ଅଂଚଳ ପାଇଁ ଆଣିଛନ୍ତି ଖ୍ୟାତି ।

କୁନ୍ଦ୍ରା ବ୍ଲକ ଅଂଚଳର ବାସିନ୍ଦା ହେଉଛନ୍ତି ଶିବାନୀ ଡ଼ାଡ଼ିଆ । ପାରିବାରିକ ଆର୍ଥିକ ସମସ୍ୟା କାରଣରୁ ଉଚ୍ଚ ଶିକ୍ଷା ପାଇଁ ପାଇନାହାନ୍ତି ସୁଯୋଗ । କିନ୍ତୁ ନିଆରା କିଛି କରିବାର ଆଗ୍ରହ ଓ ଇଛା ତାଙ୍କୁ ଆଗକୁ ନେଇଯାଇଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଉଟି ୱେଲନେସ ଆଣ୍ଡ ସ୍ପା ପାଇଁ ଟ୍ରେନିଂ ନେଇଥିଲେ ଶିବାନୀ । ତାଲିମ ସମୟରେ ସେ ଅଧିକ ନିଷ୍ଠାର ସହିତ ପ୍ରଦାନ କରାଯାଉଥିବା ଶିକ୍ଷାକୁ ଯତ୍ନର ସହିତ ଶିଖୁଥିଲେ । ଏବେ ତାଲିମ ପରେ ତାଙ୍କୁ ମୁମ୍ବାଇରେ ତାଜ ଗ୍ରୁପରେ ମିଳିଯାଇଛି ନିଯୁକ୍ତି । ମୁମ୍ବାଇ ହୋଟେଲ ତାଜରେ ସେ ନିଯୁକ୍ତି ପାଇଛନ୍ତି । ବଣ ପାହାଡ଼ ଘେରା କୋରାପୁଟର କୁନ୍ଦ୍ରାରୁ ମୁମ୍ବାଇର ପଞ୍ଚତାରକା ହୋଟେଲ ତାଜ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନଥିବା ବେଳେ ଶିବାନୀ ଏହି ଯାତ୍ରାକୁ ସୁଗମ କରାଇଛନ୍ତି । ଏହା ପଛରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧିକ ଅବଦାନ ଥିବା ସେ କହିଛନ୍ତି । ଶିବାନୀଙ୍କ ନିଯୁକ୍ତି ପରେ କୋରାପୁଟ ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଚ୍ଚ ଦେବା ସହିତ ସମ୍ମାନିତ କରିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.