• Saturday, September 21, 2024

ଭାଇରସ ଗର୍ଲ

Subhadra Live:Viral-girl

 ଦୂୁନିଆରେ ଅନେକ ପ୍ରତିଭାଧାରୀ ଲୋକ ଅଛନ୍ତି । ଯେଉଁମାନଙ୍କ ଦକ୍ଷତା ଆଶ୍ଚର୍ଯ୍ୟ କଲାପରି । ସୋସିଆଲ ମିଡ଼ିଆରେ ଆମେ ବହୁ ଦକ୍ଷ ପ୍ରତିଭାଧାରୀଙ୍କ ବିଷୟରେ ଦେଖୁଛୁ ଓ ଜାଣୁଛୁ ମଧ୍ୟ । ସେମିତି ଜଣେ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ଯୁବତୀ ଜଣଙ୍କୁ କଳାପଟାରେ ଦୁଇ ହାତରେ ଲେଖୁଥିବା ଦେଖାଯାଇଛି । ଦେଖିବାକୁ ସହଜ ଲାଗୁଥିବା ଏହି କାମ ପାଇଁ ଖୁବ ଅଭ୍ୟାସର ଆବଶ୍ୟକ ହୋଇଥାଏ । ଥ୍ରି ଇଡିଅଟସ ଫିଲ୍ମରେ ଆପଣ ପ୍ରଫେସର ଡ.ବିରୁ ସାହସ୍ରାବୁଦ୍ଧେଙ୍କୁ ଦୁଇ ହାତରେ ଲେଖୁଥିବା ଦେଖିଥିବେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଅନେକ ମେମେସ ତିଆରି ହୁଏ ଏଥିରୁ । ଫିଲ୍ମର ସେହି ପ୍ରଫେସରଙ୍କ ପରି ଏହି ଯୁବତୀ ଜଣକ ମଧ୍ୟ ୨ ହାତରେ ଲେଖୁଛନ୍ତି । ସ୍ପିଡ଼ର ସହ ସେ ଦୁଇ ପଟେ ଲେଖୁଥିବା ଦେଖାଦେଇଛି । ଯୁବତୀ ଜଣକ ହେଲେ ଆଦି ସ୍ୱରୁପା । ସେ ନୁଇ ହାତରେ ଇଂରାଜୀ, ହିନ୍ଦୀ, କନ୍ନଡ଼, ତୁଲୁ ସହିତ ଅନେକ ଭାଷାରେ ଲେଖିପାରିବେ । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ବହୁତ ପ୍ରଭାବିତ ହୋଇଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.