• Saturday, September 21, 2024

ସବୁଜ ଇଲାକାର ଯୋଦ୍ଧା ;କୁରାଢ଼ୀ ଖଣ୍ଡିଏ ଧରି ଜଗିଛନ୍ତି ୧୦୦ ହେକ୍ଟର ଜଙ୍ଗଲ

Subhadra Live:65-year-old-Padmini-Majhi-of-Birsinghpur-village-of-Nuapada-district
ସୁଭଦ୍ରା: 02/03/2023

 ନୂଆପଡା ଜିଲ୍ଲା ବିରସିଂହପୁର ଗାଁର ୬୫ ବର୍ଷ ବୟସ୍କା ପଦ୍ମିନୀ ମାଝୀ । ଦେହରେ ତାଙ୍କର ଅମାପ ଶକ୍ତି । ପ୍ରତିଦିନ ଭୋର ୬ରେ ସେ କାନ୍ଧରେ କୁରାଢ଼ୀ ଟିଏ ପକାଇ ଗାଁ ନିକଟ ଟୁଁଡୁଲୀ ଜଙ୍ଗଲକୁ ବାହାରି ଯାଆନ୍ତି । ଏ ମୁଣ୍ଡରୁ ସେ ମୁଣ୍ଡ ମାରନ୍ତି ପଇଁତରା । ଜଙ୍ଗଲ ଭିତରେ ସେ ବୁଲୁଥିବାରୁ ତାଙ୍କରି ଡରରେ ଜଙ୍ଗଲ ଭିତରକୁ ପଶି ପାରନ୍ତିନି କୌଣସି ମାଫିଆ । ପଦ୍ମିନୀ ବିଗତ ୨୫ ବର୍ଷ ହେଲା ଏକାକୀ ଜଗି ଆସିଛନ୍ତି ୧୦୦ ହେକ୍ଟର ପରିମିତ ଜଙ୍ଗଲ । ଏଥିପାଇଁ କେହି ତାଙ୍କୁ ଦାୟିତ୍ୱ ଦେଇନି କି ଦରମା ଦେଇନି କିନ୍ତୁ ପଦ୍ମିନୀ ବିନା କୌଣସି ଲୋଭରେ ଜଗି ଆସିଛନ୍ତି ଏତେ ବଡ଼ ଜଙ୍ଗଲ ।

ପଦ୍ମିନୀ କ୍ଷୀର ସାଗର ମାଝୀଙ୍କୁ ବିବାହ କରି ଏହି ଗାଁକୁ ବୋହୁ ହୋଇ ଆସିଥିଲେ । ଜୀବିକା ପାଇଁ ପାଖ ଜଙ୍ଗଲର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଥିଲା ମୁଖ୍ୟ ଉତ୍ସ । କିନ୍ତୁ ଜଙ୍ଗଲରେ ଗଛର ପରିମାଣ ହ୍ରାସ ପାଉଥିବାରୁ ମିଳୁନଥିଲା ରୋଜଗାର । ସେଦିନ ଠାରୁ ପଦ୍ମିନୀ ଚିନ୍ତା କଲେ ଜଙ୍ଗଲକୁ କିଭଳି ଦେଇପାରିବେ ସୁରକ୍ଷା । ଏକଥା ସେ ଗାଁରେ କହିଲେ କିନ୍ତୁ କେହି ସହଯୋଗ ନ କରିବାରୁ ଏକାକୀ କୁରାଢ଼ୀ ଟିଏ କାନ୍ଧରେ ପକାଇ ଆରମ୍ଭ କଲେ ବନ ସୁରକ୍ଷାର ମିଶନ ।

ଏବେ ନିଘଞ୍ଚ ହୋଇଯାଇଛି ଟୁଁଡୁଲୀ ଜଙ୍ଗଲ । ବଡ଼ ବଡ଼ ଶାଳ,ମହୁଲ ,ବାଉଁଶ ,ଅସନ ପିଆଶାଳ ,ଧଉରା ସାହାଜ ଗଛରେ ବୋଝେଇ ହୋଇଛି ବନାଞ୍ଚଳ । ଶାଲମଞ୍ଜି ,ମହୁଲ ,ଫୁଲଝାଡୁ ,ତେନ୍ତୁଳି ,ଓ ଅନ୍ୟାନ୍ୟ ଔଷଧୀୟ ବୃକ୍ଷଲତା ଉପଲବ୍ଧ ହେଉଛି । ପଦ୍ମିନୀଙ୍କ ଏଭଳି ନିଆରା ଅବଦାନକୁ ପ୍ରଶଂସା କରିଛନ୍ତି କୋମନା ରେଞ୍ଜ ଅଧିକାରୀ ଦେଵକାନ୍ତ ସୁତାର । ପଦ୍ମିନୀ ଏବେ ପାଲଟିଛନ୍ତି ବିରସିଂହପୁର ଗ୍ରାମବାସୀଙ୍କ ପାଇଁ ଆଦର୍ଶ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.