• Saturday, September 21, 2024

ନୀଳଗିରିର ପଞ୍ଚଲିଙ୍ଗେଶ୍ୱର

Subhadra Live:Panchalingeswar-In-Balasore
Balasore:26/12/2022

 ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ରହିଛି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର । ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ ଏଠାରେ ପାଂଚୋଟି ଶିବଲିଙ୍ଗ ଆବିର୍ଭାବ ହୋଇଥିବାରୁ ଜାଗାଟି ପଞ୍ଚଲିଙ୍ଗେଶ୍ୱର ନାଁରେ ଜଣାଶୁଣା । ନିର୍ମିତ ଏହାର ମନ୍ଦିର ଏକାଦଶ ଶତାବ୍ଦୀର ବୋଲି ଐତିହାସିକ ସ୍ପଷ୍ଟ କରିଛନ୍ତି । ପାହାଡ଼ ,ଝରଣା ,ଜଙ୍ଗଲ ଓ ଶୈବପୀଠ ଗୋଟିଏ ଜାଗାରେ ଅବସ୍ଥିତ କାରଣରୁ ଉଭୟ ପ୍ରକୃତିପ୍ରେମୀ ଓ ଧର୍ମୀୟ ବିଶ୍ୱାସ ରଖୁଥିବା ଲୋକେ ଏଠାକୁ ଆସିଥାନ୍ତି । ନଭେମ୍ବର ଠାରୁ ମାର୍ଚ୍ଚ ଯାଏଁ ଏଠାକୁ ଉଭୟ ଓଡିଶା ଓ ପଶ୍ଚିମବଂଗର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ତେବେ ବଡ଼ଦିନ ଓ ନୂଆବର୍ଷରେ ଏଠାରେ ଅଧିକ ପର୍ଯ୍ୟଟକ ପହଂଚିଥାନ୍ତି । ବାଲେଶ୍ୱର ଠାରୁ ନୀଳଗିରି ଯାଇ ସେଠାରୁ ଏହି ଶୈବକ୍ଷେତ୍ରକୁ ଆସି ହୋଇଥାଏ ।

ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କାଳରେ ଏଠାରେ ଦେବୀ ସୀତା ଶିବଲିଙ୍ଗ ସ୍ଥାପନ କରି ଆରାଧନା କରିଥିବା କଥା ଶୁଣିବାକୁ ମିଳିଥାଏ । କେହି କେହି ଅନ୍ୟ ଏକ କାହାଣୀ କହନ୍ତି । ଅସୁର ରାଜା ବାଣାସୁର ସ୍ଵୟଂଭୂ ଶଙ୍କରଙ୍କୁ ସ୍ଥାପନା କରି ଏଠାରେ ପୂଜା କରୁଥିବା କୁହାଯାଏ । ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ଓ ଆଖପାଖ ପରିବେଶ ମନ ଓ ପ୍ରାଣକୁ ଆନ୍ଦୋଳିତ କରିଥାଏ । କର୍ମକ୍ଳାନ୍ତ ମଣିଷ ଟିକିଏ ମାନସିକ ଶାନ୍ତି ପାଇଁ ଏଠାକୁ ଆସିଥାଏ । ଏଠାକାର ଶୀତଳ  ଓ କୋଳାହଳ ଶୁନ୍ୟ ପରିବେଶ ସବୁ ବର୍ଗର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.