• Monday, June 16, 2025

ଝିଅ ଜନ୍ମହେଲେ ସ୍ୱାଗତ କରନ୍ତୁ ଅଭିଯାନର ଅଗ୍ରଦୂତ ଡାକ୍ତର ସୁଧା କଙ୍କରିଆ

Subhadra Live:ଝିଅ-ଜନ୍ମହେଲେ-ସ୍ୱାଗତ-କରନ୍ତୁ-ଅଭିଯାନର-ଅଗ୍ରଦୂତ-ଡାକ୍ତର-ସୁଧା-କଙ୍କରିଆ

 ନାଁ ତାଙ୍କର ସୁଧା । ବୃତ୍ତିରେ ସେ ଜଣେ ଆଖି ଡାକ୍ତର । ଅନ୍ଧାର ଆଖିକୁ ରୋଷଣୀ ଦେଉଥିବା ସୁଧା ନିଶାରେ ଜଣେ ସମାଜସେବୀ । ଲିଙ୍ଗଗତ ନ୍ୟାୟ ପାଇଁ ସେ ପ୍ରଥମରୁ ପକ୍ଷଭୁକ୍ତ ଓ ବିଶେଷ କରି କନ୍ୟା ସନ୍ତାନଟିଏ ସମାଜରେ କିଭଳି ଉପଯୁକ୍ତ ସମ୍ମାନ ପାଇବ ସେ ଦିଗରେ ସେ ପ୍ରୟାସ ରତ । ତାଙ୍କ ଉଦ୍ୟମରେ ୨୦୦୮ ଅଗଷ୍ଟ ୧୫ରେ ବହୁ ସଂଖ୍ୟକ ଲୋକ କନ୍ୟା ସନ୍ତାନର ସ୍ବାଗତ ପାଇଁ ଶପଥ ନେଇଥିଲେ । ଅହମ୍ମଦନଗରରେ ୨୫ ହଜାର ଏବଂ ଯବତମାଲରେ ୨୦ ହଜାର ଲୋକ ଏଭଳି ଶପଥ ନେଇଥିଲେ । ପୂର୍ବରୁ ପରିବାରରେ ନବଜାତକ ଟିଏ କନ୍ୟା ହୋଇଥିବା ଶୁଣିବା ମାତ୍ରେ ପରିବାରର ସଦସ୍ୟ ମାନେ ପ୍ରଥମରୁ ହିଁ ମନ ଦୁଃଖ କରୁଥିଲେ । ଡାକ୍ତର ସୁଧା ଚାହୁଁଥିଲେ ଏମିତି ମାନସିକତା ସୃଷ୍ଟି ହେବା ଦରକାର ଯେଉଁଠି ଉଭୟ ପୁଅ ଓ ଝିଅ ପାଇଁ ସମାନ ବିଚାର ରହୁଥିବ । ବିଭେଦ କିଛି ନଥିବ । ତାଙ୍କରି ମାର୍ଗଦର୍ଶନ ଓ ପ୍ରେରଣାରେ ହଜାର ହଜାର ଲୋକ ପରିବାରକୁ କନ୍ୟା ସନ୍ତାନ ଟିଏ ଆସିଲେ ସ୍ୱାଗତ କରିବେ ବୋଲି ଶପଥ ନେଇଥିଲେ । କନ୍ୟା ସନ୍ତାନର  ସଚେତନତା ପାଇଁ  ସେ ଏକ ପୁସ୍ତକ ଲେଖିଛନ୍ତି ଯାହାର ଶୀର୍ଷକ ହେଉଛି ‘ସ୍ତ୍ରୀ ଜନ୍ମାଚେ ସ୍ବାଗତ କରା, ପ୍ରିୟା ଗୁଡ୍‌ଲି’।

ଜଣେ ଆଖି ଡାକ୍ତର ଭାବେ ସୁନାମ ଅର୍ଜନ କରିଥିବା ସୁଧା କଙ୍କରିଆ ‘କନ୍ୟା ସନ୍ତାନ ଙ୍କୁ ସୁରକ୍ଷା ’ ମିସନ୍‌ ପ୍ରତିଷ୍ଠା କରି ସମାଜରେ ନିଆରା ଏକ ବିପ୍ଳବ ଆଣିବାରେ ସଫଳ ହୋଇଛନ୍ତି । ଏହାରି ଜରିଆରେ ସେ କନ୍ୟା ସନ୍ତାନ ମାନଙ୍କ ସାମାଜିକ ନ୍ୟାୟ ,ଭେଦଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ ,ଆଇନଗତ ସହାୟତା ଯୋଗାଇ ନିଜକୁ ଜଣେ ସମାଜସେବୀ ଭାବେ ପରିଚିତି କରାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲଙ୍କ ହାତରୁ ସେ ‘ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ ’ ହାସଲ  କରିଥିଲେ । ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ୍ ଆମ୍ବାସଡର୍ ହେବାପରେ ସେ ପିମ୍ପଲଗାଁ ଲଙ୍ଗଦା ନାମକ ଗାଁକୁ ପୋଷ୍ୟଭାବେ ଗ୍ରହଣ କରି ଆବଶ୍ୟକୀୟ ପରିମଳ ଭିତ୍ତିଭୂମି ସୃଷ୍ଟି କରିଥିଲେ  ଏବଂ ପରବର୍ତ୍ତୀ ସମୟରେ ସେହି ଗାଁକୁ ମିଳିଥିଲା  ନିର୍ମଳ ଗ୍ରାମ ପୁରସ୍କାର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.