• Sunday, September 22, 2024

ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ରୀ ଅର୍ଚ୍ଚନା

Subhadra Live:Archana-Vijayan-sets-an-example-of-if-you-wish-you-can-conquer

ପିଲାଦିନୁ ସେ ମେରୁଦଣ୍ଡରେ ମସ୍କୁଲାର୍ ଆଟ୍ରୋଫି ନାମକ ଏକ ବଂଶଗତ ରୋଗରେ ପୀଡିତ ଥିଲେ । ମାଂସପେଶୀ ଦୁର୍ବଳ ସାଙ୍ଗକୁ ହରାଇଥିଲେ ଚାଲିବା ଶକ୍ତି । କିନ୍ତୁ କେରଳ ବାସିନ୍ଦା ଅର୍ଚ୍ଚନା ବିଜୟନଙ୍କ ମନ  ଥିଲା ଚଟାଣ ପରି ଟାଣ । ବୟସ ସହିତ ତାଙ୍କର ଶାରୀରିକ ଅଭିବୃଦ୍ଧି ହେଉନଥିଲା । କିନ୍ତୁ ସେ ଯାହା ଶୁଣୁଥିଲେ ତାକୁ ମନେରଖି ପାଠ ପଢିବା ପ୍ରତି ଜନ୍ମାଇଥିଲେ ଆଗ୍ରହ । ତାଙ୍କ ବୟସର ପିଲାମାନେ ଖେଳ କୁଦର  ଆନନ୍ଦ ନେଉଥିବା ବେଳେ ଅର୍ଚ୍ଚନାଙ୍କ ସମୟ ଡାକ୍ତରଖାନା ଓ ଫିଜିଓ ଥେରାପି କେନ୍ଦ୍ରରେ ବିତୁଥିଲା । ଡାକ୍ତରମାନଙ୍କ ନିକଟରେ ରୋଗୀଙ୍କ ଭିଡ଼ ଓ ରୋଗୀଙ୍କ ପାଇଁ ଡାକ୍ତରଙ୍କୁ ଭେଟିବାର ବ୍ୟାକୁଳତା ସେ ପ୍ରଥମରୁ ଅନୁଭବ କରୁଥିଲେ ଓ ଭବିଷ୍ୟତରେ ନିଜେ ଜଣେ ଭଲ ଡାକ୍ତର ହେବାର ସ୍ବପ୍ନ ଦେଖୁଥିଲେ । ଚାଲିପାରୁନଥିବା ଜଣେ ଦିବ୍ୟାଙ୍ଗ ପାଇଁ ଡାକ୍ତର ହେବା ସହଜ କଥା ନୁହଁ ବୋଲି ତାଙ୍କ ମନକୁ ଆସିଥିଲା କିନ୍ତୁ ସେ ଏହି ସ୍ୱପ୍ନକୁ ଦେଖିବା ବନ୍ଦ କରିନଥିଲେ ।

ଅର୍ଚ୍ଚନାଙ୍କ ପିତା ଜଣେ ପୋଷ୍ଟ ମ୍ୟାନ । ମା ଜଣେ ଗୃହିଣୀ । ମଧ୍ୟବିତ୍ତ ପରିବାରର ଆର୍ଥିକ ସମସ୍ୟା ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟସେବା ଦିଗରେ ମଧ୍ୟ ପ୍ରତିବନ୍ଧକ ହୋଇଥିଲା । ଫିଜିଓ ଥେରାପି ଜରିଆରେ ତାଙ୍କର ସ୍ୱାସ୍ଥ୍ୟ ଠିକ ହୋଇଯିବ ବୋଲି ସମସ୍ତେ କହୁଥିଲେ କିନ୍ତୁ ନିୟମିତ ଫିଜିଓ ଥେରାପି କରିବାକୁ ଆର୍ଥିକ ସ୍ଥିତି ସୁହାଉନଥିଲା । ଏସବୁ ଭିତରେ ଅର୍ଚ୍ଚନା ଠିକ କରିଥିଲେ ଯେ ସେ ନିଶ୍ଚୟ ଡାକ୍ତର ହେବେ ଓ ତାଙ୍କ ପରି ଦିବ୍ୟାଙ୍ଗ ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବେ । ଅର୍ଚ୍ଚନାଙ୍କ ମତରେ, ଶାରୀରିକ ତଥା ମାନସିକ ରୋଗକୁ ଭଲ କରିବାରେ ପ୍ରେମ ଓ ସହାନୁଭୂତି ହେଉଛି ଏକ ଶକ୍ତିଶାଳୀ ଔଷଧ । ଡାକ୍ତରମାନେ ଏହି ଔଷଧକୁ ବ୍ୟବହାର କରିପାରିଲେ ଅନେକ ରୋଗୀଙ୍କ ହୃଦୟରେ ରାଜ କରିବେ ।

ଥରେ ନୁହଁ ଦୁଇ ଦୁଇ ଥର ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ଅର୍ଚ୍ଚନା । ଶାରୀରିକ ଭିନ୍ନକ୍ଷମତା କାରଣରୁ ତାଙ୍କୁ ମେଡିକାଲ କଲେଜରେ  ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ଏଥିପାଇଁ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଲେ । ଏବେ ସେ  କୋଟାୟାମ ଠାରେ ଥିବା ସରକାରୀ ମେଡିକାଲ କଲେଜର ୪ର୍ଥ ବର୍ଷର ମେଡିସିନ୍ ବିଭାଗର ଛାତ୍ରୀ ।  ଲକ୍ଷ ଓ ସାଧନା ତାଙ୍କୁ ଅନେକଙ୍କ ପାଇଁ ଉଦାହରଣ ହେବାରେ ସହଯୋଗ କରିଛି ।

ଅଧିକ ପଢ଼ନ୍ତୁ: ସାଢେ ତିନିଫୁଟ ଉଚ୍ଚତାର ଆରତୀ ଛୁଇଁଛନ୍ତି ସଫଳତାର ଶିଖର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.