• Sunday, September 22, 2024

ସାଢେ ତିନିଫୁଟ ଉଚ୍ଚତାର ଆରତୀ ଛୁଇଁଛନ୍ତି ସଫଳତାର ଶିଖର

Subhadra Live:Arti-Dogra-The-35Ft-Tall-IAS-Officer-Who-Beat-All-Odds-To-Achieve-Success

ବୟସ ତୁଳନାରେ ତାଙ୍କର ଉଚ୍ଚତା ଯଥେଷ୍ଟ କମ। ପରୀକ୍ଷା କରି ଡାକ୍ତର କହିଥିଲେ ସେ ସାଧାରଣ ଝିଅଙ୍କ ପରି ନୁହଁ ।  ନିଜ ଉଚ୍ଚତାକୁ ନେଇ ସେ ଥଟ୍ଟା ପରିହାସ ହଜମ କରି ଆଗକୁ ବଢିଲେ ଓ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ସମସ୍ତଙ୍କୁ ଚମକାଇଦେଲେ ଡେରାଡୁନର ଝିଅ ଆରତୀ ଡୋଗ୍ରା ।ସାଢ଼େ ୩ ଫୁଟ ଉଚ୍ଚର ଆଇଏଏସ୍‌ ଅଫିସର ଆରତୀ ଡୋଗ୍ରା । ୨୦୦୬ରେ ପ୍ରଥମ ପ୍ରୟାସରେ ୟୁପିଏସ୍‌ସିରେ ୫୬ ର଼୍ୟାଙ୍କ ରଖି ନିଜର ଦକ୍ଷତାର ଦେଇଥିଲେ ପରିଚୟ । ଡେରାଡୁନର ଓ୍ବେଲହମ୍‌ ଗଲ୍ସ ସ୍କୁଲରୁ ପଢ଼ା ଆରମ୍ଭ କରି ପରବର୍ତ୍ତୀ ସମୟରେ  ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ  ଲେଡି ଶ୍ରୀରାମ କଲେଜରୁ ଇକୋନୋମିକ୍ସରେ ଗ୍ରାଜୁଏସନ କରିଥିଲେ ।

ପୋଷ୍ଟ ଗ୍ରାଜୁଏସନ ଲାଗି ଡେରାଡୁନ ଯାଇଥିବା ବେଳେ ସେ  ମନିଷା ପାୱାରଙ୍କ ସମ୍ପର୍କରେ ଆସିଲେ ।ମନୀଷାଙ୍କ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଭାବିତ କଲା ।  ସେଦିନ ଠାରୁ ଆରତୀ ମଣିଷଙ୍କ ପରି  ଆଇଏଏସ୍‌ ହେବାର ସ୍ବପ୍ନ ଦେଖିଲେ ଓ ସ୍ୱପ୍ନକୁ ସାକାର ପାଇଁ କଠୋର ପରିଶ୍ରମ କଲେ ।୨୦୦୬ରେ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଭାବେ ତାଙ୍କୁ ଚୟନ କରାଗଲା । ଆରତୀଙ୍କ ପିତା କର୍ଣ୍ଣେଲ ରାଜେନ୍ଦ୍ରନ ଓ ମାତା କୁଙ୍କୁମ ଡୋଗ୍ରା ଝିଅ ଆରତୀଙ୍କୁ ସବୁ ପ୍ରକାର ସହଯୋଗ କରିଆସିଛନ୍ତି । ଉଚ୍ଚତା କେବେ କ୍ୟାରିୟର ପାଇଁ ପ୍ରତିବନ୍ଧକ ହୋଇପାରିବ ନାହିଁ ଜାଣିବା ପରେ ସେ ଆରମ୍ଭରୁ ନିଜକୁ ଆଇଏଏସ ଭାବେ ଗଢିବା ନେଇ ପ୍ରଯତ୍ନ କରିଛନ୍ତି । ବିକାନିରରେ ଜିଲ୍ଲାପାଳ ଥିବା ବେଳେ ରକ୍ତଶୁନ୍ୟତା ବିରୁଦ୍ଧରେ ସେ MAA  (ମିଶନ ଏଗନେଷ୍ଟ ଆନିମିଆ ) ଆରମ୍ଭ କରି ତାର ନେତୃତ୍ୱ ନେଇଥିଲେ । ସେହିପରି ଝିଅ ପାଇଁ ଡ଼ାକ୍ତର ନାମକ ଆଉ ଏକ ଅଭିଯାନ ଜରିଆରେ ସେ କିଶୋରୀ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଅଭିନବ ଉଦ୍ୟମ ଆରମ୍ଭ କରି ସଫଳ ହୋଇଥିଲେ । ସ୍ଵଛ ଭାରତ ଅଭିଯାନର ସଫଳ ନେତୃତ୍ୱ ପାଇଁ ୨୦୧୯ରେ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରସଂଶା କରିବା ପରେ ଦେଶ ସାରା ତାଙ୍କୁ ମିଳିଥିଲା ଶୁଭେଚ୍ଛା ।

ଅଧିକ ପଢନ୍ତୁ: ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମର ନେତୃତ୍ୱ ନେଉଛନ୍ତି ରାବନି

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.