• Sunday, September 22, 2024

ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମର ନେତୃତ୍ୱ ନେଉଛନ୍ତି ରାବନି

Subhadra Live:

 ମୁଁ ଯେତେବେଳେ ଆମର ବୀର ଯବାନ ମାନଙ୍କ  ବଳିଦାନ ବିଷୟରେ ଶୁଣେ, ସେତେବେଳେ  ଦେଶର ସୁରକ୍ଷା ପାଇଁ ସେନାବାହିନୀରେ ଯୋଗଦେବା  ଗର୍ବର କଥା ବୋଲି ଭାବେ । କିନ୍ତୁ କେବେ ବି ମୋ କଳ୍ପନାରେ ନଥିଲା ଯେ ଦେଶର ସୁନାମ ପାଇଁ  ଅନ୍ୟ ଦେଶକୁ  ସାମ୍ନା କରିବାର ସୁଯୋଗ ଦିନେ ମୋତେ ମିଳିବ । କିନ୍ତୁ ମୋତେ ଅନୁରୂପ ଏକ ସୁଯୋଗ ମିଳିଥିଲା ବିଦେଶୀ ମାଟିରେ ତ୍ରିରଙ୍ଗାକୁ ଉଚ୍ଚା କରିବା ପାଇଁ । ନେପାଳ -ଭାରତ ଟି -20 ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜରେ ଦୃଷ୍ଟିହୀନଙ୍କ ପାଇଁ ପ୍ରଥମ ମହିଳା ଜାତୀୟ ଦଳର ଅଂଶ ଭାବରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମୋତେ ରୋମାଞ୍ଚକ ଅନୁଭବ ଦେଇଥିଲା ବୋଲି କହନ୍ତି ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମ ରାଜୁ ଜିଲ୍ଲା  ହୁକୁମ୍ପେଟ୍ ମଣ୍ଡଳ ଅନ୍ତର୍ଗତ  ରଙ୍ଗସିଙ୍ଗିପାଣ୍ଡୁର ୧୭ବର୍ଷ ବୟସର ଦୃଷ୍ଟି ବାଧିତ ଯୁବତୀ ରାବନୀ ବେଶୟନା ।

ରାବାନୀ, ଅନ୍ୟ ୧୬ ଜଣ ଦିବ୍ୟାଙ୍ଗଙ୍କ ସହିତ, ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଗଠନ କରି ଏପ୍ରିଲ ୨୦୨୩ ରେ  ଉଦଘାଟନୀ ଅନ୍ତର୍ଜାତୀୟ ମ୍ୟାଚରେ ଟିମ୍ ନେପାଳ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ଇତିହାସ ସୃଷ୍ଟି କରିଥିଲେ । ରାବନି  ବିଶାଖାପାଟନମର ନେଟ୍ରା ବିଦ୍ୟାଲୟାରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ, ଯେଉଁଠାରେ ସେ ଉଭୟ ଆଥଲେଟିକ୍ସ ଏବଂ କ୍ରିକେଟ୍ ଉପରେ ତାଲିମ ଗ୍ରହଣ କରିଥିଲେ । ସେ ହୁକମ୍ପେଟର ଏକ ସାଧାରଣ ବିଦ୍ୟାଳୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ଯେତେବେଳେ ସେ ଦୃଷ୍ଟି ଶକ୍ତି ହରାଇଲେ, ସେତେବେଳେ ତାଙ୍କ ପିତାମାତା ତାଙ୍କୁ ଦୃଷ୍ଟି ବାଧିତଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟରେ ରାବନୀକୁ ନାମ ଲେଖାଇଥିଲେ, ସେଠାରେ ତାଙ୍କୁ ପୁଣି ଥରେ ତୃତୀୟ ଶ୍ରେଣୀରୁ  ଅଧ୍ୟୟନ ଆରମ୍ଭ କରିବାକୁ ପଡିଲା । ଏଠାରୁ ସେ ସଫଳତାର ସହିତ ଦଶମ ଶ୍ରେଣୀ  ସମାପ୍ତ କରିଥିଲେ । ଏବେ ସେ ହାଇଦ୍ରାବାଦରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ବେଳେ ଦୃଷ୍ଟିବାଧିତ ଭାରତୀୟ କ୍ରିକେଟ ଦଳର ଅଂଶ ଭାବେ ନିଜର ବଳିଷ୍ଠ ଯୋଗଦାନ ଦେଉଛନ୍ତି ।

ଅଧିକ ପଢନ୍ତୁ:  ତେଲେଙ୍ଗାନା ଡାକ୍ତରଙ୍କ ହିମୋଗ୍ଲୋବିନ ନିୟନ୍ତ୍ରଣ ଅଭିଯାନ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.