• Sunday, September 22, 2024

ତେଲେଙ୍ଗାନା ଡାକ୍ତରଙ୍କ ହିମୋଗ୍ଲୋବିନ ନିୟନ୍ତ୍ରଣ ଅଭିଯାନ

Subhadra Live:Telangana-Doctors-Hemoglobin-Control-Campaign

ତେଲେଙ୍ଗାନା କରିମନଗର ଜିଲ୍ଲାର ଜଣେ ଯୁବା ଡାକ୍ତର ଜି. ଗୌତମ ରେଡ୍ଡୀ କିଶୋରୀ ଓ ମହିଳାମାନଙ୍କ ରକ୍ତଶୁନ୍ୟତା ଦୂର ପାଇଁ ନିଆରା ଏକ ଅଭିଯାନ ଆରମ୍ଭ କରିଛନ୍ତି । ଗୌତମୀ ଫାଉଣ୍ଡେସନ ନାମରେ ସେ ଏକ ସଂଗଠନ ଗଢି   ତେଲେଙ୍ଗାନାର ଗ୍ରାମାଞ୍ଚଳରେ ସେ ଆରମ୍ଭ କରିଛନ୍ତି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ସାଙ୍ଗକୁ ମାଗଣା ହିମୋଗ୍ଲୋବିନ ପରୀକ୍ଷା ସୁବିଧା । ଗୋଟିଏ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭ୍ରାମ୍ୟମାଣ ଗାଡ଼ିରେ ମୁତୟନ କରି ସେ ଗାଁ ଗାଁରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ ଶିବିର ଆୟୋଜନ କରିଥାନ୍ତି । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ ସ୍ତର ନିର୍ଧାରିତ ସଂଖ୍ୟାରୁ କମ ଥାଏ ସେମାନଙ୍କୁ ଔଷଧ ସହିତ ପରବର୍ତ୍ତୀ ଯାଞ୍ଚ ଓ ତଦାରଖ ଫାଉଣ୍ଡେସନ ପକ୍ଷରୁ କରାଯାଇଥାଏ । ଗୌତମୀଙ୍କ ଏହି ପ୍ରୟାସ ସ୍ୱାସ୍ଥ୍ୟ ବ୍ୟୟ କରିବାକୁ ଅକ୍ଷମ ଥିବା ଅନେକ ଗରିବ ପରିବାର ପାଇଁ ବେଶ ସହାୟକ ହୋଇଛି ।

କରିମ ନଗର ଅଞ୍ଚଳରେ ଗୌତମୀଙ୍କ ରହିଛି ଏକ ଅତ୍ୟାଧୁନିକ ମ୍ୟାଟେରିନିଟି ହସ୍ପିଟାଲ । ଏଠାରେ ସେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କ ନିରାପଦ ଆନୁଷ୍ଠାନିକ ପ୍ରସବ କରାଇବାରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଥାନ୍ତି । ଗୌତମୀଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ତେଲେଙ୍ଗାନା ସରକାର । ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ଦିଗରେ ଗୌତମୀ ଫାଉଣ୍ଡେସନ ସରକାରଙ୍କ ସହିତ ମିଶି ଅନେକ ପ୍ରକାର କାମ କରୁଥିବା ଜଣାଯାଇଛି । ଏ କ୍ଷେତ୍ରରେ ସବୁଠୁ ଅଧିକ ପ୍ରତିବନ୍ଧକ ହେଉଥିବା କିଶୋରୀଙ୍କ ରକ୍ତଶୁନ୍ୟତା ପରିମାଣ ଆଗାମୀ ଦିନରେ କେମିତି ହ୍ରାସ ପାଇବ ଅଗ୍ରାଧିକାର ଭିତ୍ତିରେ ସରକାର ଓ ଫାଉଣ୍ଡେସନ ଧ୍ୟାନ ଦେଉଥିବା କୁହାଯାଇଛି ।

ଅଧିକ ପଢନ୍ତୁ: 

ଓଡ଼ିଶାର ସିଡ୍ସ ଗର୍ଲ ହର୍ଷିତା ମହାନ୍ତି

କୋରାପୁଟ ଝିଅ ପାଇଲେ ହୋଟେଲ ତାଜରେ ଚାକିରୀ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.