ଏ ହେଉଛି ମୁକ୍ତା ଉଗଲେ । ୯ ବର୍ଷ ବୟସରେ ନିଜ ଜିଲ୍ଲା ହିଙ୍ଗଲେରୁ ପଢିବାକୁ ଆସିଥିଲେ ଠାଣେ । ମୁକ୍ତା କୁହନ୍ତି ଗାଁରୁ ସହରର ବଡ଼ ସ୍କୁଲକୁ ଆସିବା ମୋ ପାଇଁ ଥିଲା ବହୁତ ଯନ୍ତ୍ରଣାଦାୟକ । ପଢ଼ାଯାଉଥିବା ପାଠ ମୋ ମୁଣ୍ଡରେ ଡ଼ୁକୁନଥିଲା । ପାଠ ବୁଝୁ ନ ଥିବାରୁ ହୀନମନ୍ୟତା ଅନୁଭବ ହେଉଥିଲା । ପ୍ରତି କ୍ଲାସରେ ଅନ୍ୟମନସ୍କ ରହିବା ସହିତ ପଛ ବେଞ୍ଚରେ ବସି ରହିବା ବ୍ୟତୀତ ମୋ ପାଖରେ ଆଉ କିଛି ଚାରା ନଥିଲା ।
ମୁକ୍ତା କହନ୍ତି ସହପାଠୀ ମାନେ ମୋତେ ଭୁତ ଦେଖିବା ଭଳି ଚାହାଁନ୍ତି । ମୋ ସହ କଥାବାର୍ତ୍ତା କରନ୍ତିନି । ଅନେକେ ମୋତେ ଗଧ ଆଉ ମୂର୍ଖ ବୋଲି ଡାକନ୍ତି । ଏଭଳି ସ୍ଥିତିରେ ନାଁ ମୁଁ ସ୍କୁଲ ଛାଡି ଗାଁକୁ ଫେରି ପାରୁଥିଲି ନା ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ସହପାଠୀଙ୍କ ନିକଟରେ ନିଜକୁ ପାଠ ଆସୁଥିବା ପିଲା ବୋଲି ପ୍ରମାଣିତ କରିପାରୁଥିଲି ।
ଶିକ୍ଷକ ମାନେ ବି ମୋ ପ୍ରତି ନଜର ଅନ୍ଦାଜ କରିବାକୁ ଲାଗିଥିଲେ ଯାହା ମୋତେ କଷ୍ଟ ଦେଉଥିଲା । ଶେଷରେ ଉପାୟ ବାଛିଲି । ଯେମିତି ହେଉ ପଛେ ଶ୍ରେଣୀରେ ସକ୍ରିୟ ରହିବି ଆଉ ନିୟମିତ ଅଭ୍ୟାସ କରି ପଢ଼ାଯାଉଥିବା ପାଠର ଅଭ୍ୟାସ କରିବି । ସେ ତାହା ହିଁ କଲେ ।
ଏବେ ମୁକ୍ତା ପ୍ରତିଟି ବିଷୟରେ ଭଲ ନମ୍ବର ଆଣିଛନ୍ତି । ସହପାଠୀ ମାନେ ପାଖରେ ବସି କଥାବାର୍ତ୍ତା କଲେଣି । ଏବେ ଆଉ ତାଙ୍କୁ କିଏ ଆଉ ମୂର୍ଖ ବୋଲି କହୁନି । ମୁକ୍ତା ପାଠ ସହିତ ଶାଠରେ ବି ଆଗୁଆ । କ୍ରୀଡ଼ାରେ ବେଶ ଭଲ ପ୍ରଦର୍ଶନ କରୁଛନ୍ତି । ଏସବୁ ସମ୍ଭବ ହୋଇଛି ତାଙ୍କର ପରିଶ୍ରମ ଓ ଏକାଗ୍ରତା କାରଣରୁ ।
ଯେଉଁ ଗାଁରୁ ସେ ଆସିଛନ୍ତି ସେ ଗାଁରେ ଏବେ ବି ବାଳିକାଙ୍କ ଶିକ୍ଷାକୁ କେହି ଗୁରୁତ୍ୱ ଦେଇନଥାନ୍ତି । ବରଂ କମ ବୟସରୁ ବାହାଘର କରାଇ ଅନ୍ୟ ଏକ ଅଜଣା ଘରକୁ ପଠାଇଦେଇଥାନ୍ତି । ପ୍ରତ୍ୟେକ ନାରୀ ଶିକ୍ଷିତ ଓ ସ୍ୱାବଲମ୍ବନ ହେବାର ଆବଶ୍ୟକତା ଥିବା କହନ୍ତି ମୁକ୍ତା । ଆଗକୁ ଜଣେ ଇତିହାସ ଅଧ୍ୟାପିକା ହେବାର ଲକ୍ଷ ରଖିଛନ୍ତି ମୁକ୍ତା ।