• Saturday, September 21, 2024

ଫ୍ରଣ୍ଟଲାଇନ ଯୁଦ୍ଧ ୟୁନିଟର ନେତୃତ୍ୱ ନେବେ ଶୈଳଜା ଧାମୀ

Subhadra Live:Wing-Commander-Shaliza-Dhami-is-an-officer-in-the-Indian-Air-Force
Delhi:10/03/2023:

 ଭାରତୀୟ ବାୟୁସେନାର ମହିଳା ଅଧିକାରୀ  ଶୈଳଜା ଧାମୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାୟୁସେନା ଇତିହାସରେ ସେ ପ୍ରଥମ କରି ଆଗୁଆ ଯୁଦ୍ଧ ୟୁନିଟକୁ ନେତୃତ୍ୱ ଦେବା ପାଇଁ ନୂଆ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ସେ ଭାରତୀୟ ବାୟୁସେନାର ପ୍ରଥମ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ ଏବଂ ପାଶ୍ଚାତ୍ୟ କ୍ଷେତ୍ରର ହେଲିକପ୍ଟର ୟୁନିଟର  ଫ୍ଲାଇଟ୍ କମାଣ୍ଡର ଭାବରେ କାର୍ଯ୍ୟକରି ଅନେକ  ଅନୁଭୂତି ହାସଲ କରିଛନ୍ତି । ଆକାଶ ପଥରେ ଉଡାଣ କୌଶଳ ପ୍ରଦର୍ଶିତ କରି ନିଜର ଅପୂର୍ବ ସାହସ ଓ ଦକ୍ଷତାର ଦେଇଛନ୍ତି ପ୍ରମାଣ ।

ଭାରତୀୟ ବାୟୁସେନା ମଙ୍ଗଳବାର ଦିନ ପାଶ୍ଚାତ୍ୟ ସେକ୍ଟରରେ ପାକିସ୍ତାନ ସମ୍ମୁଖରେ ଥିବା ଏକ ଫ୍ରଣ୍ଟଲାଇନ ଯୁଦ୍ଧ ୟୁନିଟର କମାଣ୍ଡ ନେବାକୁ  ଧାମିଙ୍କୁ ମନୋନୀତ କରିବା ପରେ ମହିଳାଙ୍କୁ ସେନାରେ  ଗୁରୁତ୍ୱ ଦିଆଯାଉଥିବା ପୁଣି ଥରେ ପ୍ରମାଣିତ ହୋଇଛି । ଗ୍ରୁପ୍ କ୍ୟାପଟେନ୍ (ସେନାରେ କର୍ଣ୍ଣେଲଙ୍କ ସହ ସମାନ) ଧାମି 2003ରେ ହେଲିକପ୍ଟର ପାଇଲଟ୍ ଭାବରେ ନିଯୁକ୍ତ ହୋଇଥିଲେ ଏବଂ 2,800 ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଥିଲେ । ଧାମିଙ୍କ ଚୟନ ମହିଳାମାନଙ୍କୁ ଯୁଦ୍ଧ ଏବଂ କମାଣ୍ଡ ଭୂମିକାରେ ଅଧିକ ସୁଯୋଗ ଯୋଗାଇବା ଦିଗରେ ଭାରତୀୟ ବାୟୁସେନାର ପ୍ରୟାସର ମହିମା ମଣ୍ଡନ କରିଛି । ଇଣ୍ଡିଆନ ଏୟାର ଫୋର୍ସ  ଜୁଲାଇ ୨୦୧୬ରେ ତିନିଜଣ ମହିଳା ଅଧିକାରୀ - ଅବନୀ ଚତୁର୍ବେଦୀ , ଭବାନା କାନ୍ତ ଏବଂ ମୋହାନା ସିଂଙ୍କୁ ଯୁଦ୍ଧ ବିମାନରେ ପ୍ରବେଶ ସୁଯୋଗ ଦେଇ ଲିଙ୍ଗଗତ ନ୍ୟାୟର ଉଦାହରଣ ସୃଷ୍ଟି କରିଥିଲେ । ୨୦୧୮ରେ ଫ୍ଲାଇଙ୍ଗ୍ ଅଫିସର ଅବନୀ ଚତୁର୍ବେଦୀ ପ୍ରଥମ ଭାରତୀୟ ମହିଳା ପାଇଲଟ୍ ଭାବେ ଏକ ମିଗ୍ -୨୧ ଯୁଦ୍ଧ ବିମାନ ଏକାକୀ ଉଡ଼ାଇଥିଲେ ।

ସୂଚନାଯୋଗ୍ୟଯେ ବର୍ତ୍ତମାନ ଦେଶରେ ମୋଟ ୧୮୭୫ ମହିଳା ଅଧିକାରୀ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି । ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଫୋର୍ସ ୟୁନିଟ୍ ସମେତ ଏହାର ସମସ୍ତ ଶାଖା ଖୋଲିଛି । ମହିଳା ଅଧିକାରୀମାନେ ସୁଖୋଇ ଯୁଦ୍ଧବିମାନରେ ଅସ୍ତ୍ରଶସ୍ତ୍ର ଅପରେଟର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ C-130j ହର୍କ୍ୟୁଲସ୍, C-17 strategic ପରିବହନ ବିମାନର ସ୍ୱତନ୍ତ୍ର ଅପରେସନ୍ ଭାର ନିଜ କାନ୍ଧକୁ ନେଇଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.