• Saturday, September 21, 2024

ଚୈତ୍ର ମାସରେ ବୁଲି ଆସନ୍ତୁ ଗଞ୍ଜାମର ଏହି ଦେବୀପୀଠ

Subhadra Live:Chaitra-mangalbar-celebrates-in-Taratarini-Temple
ସୁଭଦ୍ରା : 13/03/2023

ଉତ୍ସବ ମୁଖର ହୋଇ ଉଠିଛି ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଶକ୍ତି ପୀଠ । ଚୈତ୍ର ମଙ୍ଗଳବାର ମେଳା ପାଇଁ ଏଠାରେ ସରିଛି ପ୍ରସ୍ତୁତି । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଅଭୟ ବର ଦାୟିନୀ ଆଦି ଶକ୍ତି ଏଠି ମା ରୂପରେ ଦର୍ଶନ ଦେବେ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପ୍ରତିଟି ଚୈତ୍ର ମଙ୍ଗଳବାର ହେବ ମାଙ୍କ ବିଶେଷ ଆରାଧନାର ବାର । ସେହିପରି ପ୍ରତି ଦୁଇବର୍ଷରେ ଥରେ କନ୍ୟା ବେଶରେ ମା ଘରକୁ ବୁଲି ଆସିବେ ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ । କନ୍ୟା ରୂପରେ ଦେବୀ ପୂଜନର ବିଶେଷ ପର୍ବ ପାଳିବ ଗଂଜାମ । ଏହି ନିଆରା ପର୍ବର ଅନୁଭବ ପାଇଁ ଚୈତ୍ର ମାସରେ ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ଓ ପୁରୁଷୋତମପୁର ନିକଟରେ ଅବସ୍ଥିତ ତାରାତାରିଣୀ ପୀଠକୁ ଚୈତ୍ର ମଙ୍ଗଳବାର ଯାତ୍ରା ଦେଖିବାକୁ ଆସି ପାରିବେ ।

ଋଷିକୂଲ୍ୟା ନଦୀ କୂଳରେ କୁମାରୀ ପର୍ବତ ଉପରେ ବିରାଜିତା ମା ତାରାତାରିଣୀ । ମାଙ୍କ ପ୍ରିୟ ପର୍ବ ହେଉଛି ଚୈତ୍ର ମେଳା । ମଙ୍ଗଳବାର ଆୟୋଜିତ ଏହି ମେଳା ପାଇଁ  ଭକ୍ତଂକ ସୁଅ ଦେଖିବାକୁ ମିଳିଥାଏ । ମାନସିକଧାରୀ ମାନେ ବହୁ ସଂଖ୍ୟାରେ ଏଠାରେ ନିଜ ସନ୍ତାନ ମାନଙ୍କ ମୁଣ୍ଡନ କରାଇଥାନ୍ତି । ଆସ୍ଥା ,ବିଶ୍ୱାସ ଓ ନିଷ୍ଠାର ଅପୂର୍ବ ସମନ୍ୱୟ ଏଠାରେ ଦେଖିବାକୁ ମିଳୁଥିବା ବେଳେ ଶହ ଶହ ବର୍ଷ ଧରି ପାଳିତ ଏହି ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପିତ ପାଇଁ ପ୍ରଶାସନ ସହଯୋଗ କରିଥାଏ । ମଙ୍ଗଳବାର ଠାରୁ ଆୟୋଜିତ ହେବାକୁ ଥିବା ଏହି ମେଳାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା କହିଛନ୍ତି ମାଙ୍କ ସେବାୟତ ।

ସେହିପରି ଆଉ ସପ୍ତାହକ ପରେ  ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟ ସ୍ଥାପନା କରାଯିବ । ଏଥିପାଇଁ ମାର୍ଚ୍ଚ ୧୭ ଓ ମାର୍ଚ୍ଚ ୧୯ ଦୁଇଟି ତାରିଖ ସ୍ଥିରୀକୃତ ହୋଇଛି । ମା କନ୍ୟା ବେଶରେ ନିଜ ବାପଘର  ଦେଶୀ ବେହେରା ଘରକୁ ଯିବେ । କନ୍ୟା ବେଶରେ ଦେବୀଙ୍କ ବାପ ଘରକୁ ଯାତ୍ରା ଏଠାରେ କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସିଛି । କନ୍ୟା ବେଶରେ ଦେବୀଙ୍କୁ ଦେଖି ଦେବତା ମାନେ ଖୁସି ହେବେ ବାଘ ବି ନାଚିବେ । ମାଙ୍କ ଦର୍ଶନ ପାଇଁ ଏବେ ମନ୍ଦିରରେ ଭକ୍ତଂକ ଭିଡ଼ । ଯାତ୍ରା ବେଳେ ମାଙ୍କ ନଗର ପରିକ୍ରମା ସାଙ୍ଗକୁ ବିଭିନ୍ନ ବେଶଧାରୀଙ୍କୁ ଦେଖିବା ପାଇଁ ସହର ପାଲଟିବ ଜନ ସମୁଦ୍ର । ଶୃଙ୍ଖଳିତ ଯାତ୍ରା ପରିଚାଳନା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବ୍ରହ୍ମପୁର ଠାରୁ ୩୫ କିଲୋମିଟର ଦୂରରେ ତାରାତାରିଣୀ ପୀଠ । ଯାତାୟାତ ପାଇଁ ଦୈନିକ ବସ ଚଳାଚଳ ହେଉଥିବା ବେଳେ ଗାଡି ଭଡା କରି ଆପଣ ତାରାତାରିଣୀ ଯାଇପାରିବେ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.